ଓ୍ବାଶିଂଟନ, ୧୦ା୭ (ଏପି)-ଟିମ୍ ଲିଡର ମର୍ଯ୍ୟାଦା ହରାଇବାରୁ ୪ଥର ଟୁର୍ ଡି’ ଫ୍ରାନ୍ସ ବିଜେତା ଖ୍ରିସ୍ ଫ୍ରୁମ୍ ଟିମ୍ ଇନୋସ୍ ଛାଡ଼ିିବେ। ଦିନକୁ ଦିନ ଭଲ ପ୍ରଦର୍ଶନ କରିବାରେ ଲାଗିଥିବା ଇସ୍ରାଏଲ୍ ଷ୍ଟାର୍ଟଅପ୍ ନେଶନ ଟିମ୍ରେ ଯୋଗଦେବେ। ଆସନ୍ତା ସିଜନରେ ସେ ଏହି ଟିମ୍ରୁ ପ୍ରତିନିଧିତ୍ୱ କରିବେ। ଇନୋସ ସହ ତାଙ୍କର ଚୁକ୍ତି ଡିସେମ୍ବରରେ ଶେଷ ହେଉଛି। ଦଶନ୍ଧି ଧରି ସେ ଏହି ଟିମ୍ରୁ ପ୍ରତିନିଧିତ୍ୱ କରି ଆସୁଥିଲେ। ଇନୋସ ଫ୍ରୁମ୍ଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରିବାକୁ ଚାହିଁ ନ ଥିଲା। ଇନୋସ୍ର ଜେନେରାଲ ମ୍ୟାନେଜର ଡେଭ୍ ବ୍ରେଲ୍ସଫୋର୍ଡ କହିଛନ୍ତି, ଫ୍ରୁମ୍ ଆସନ୍ତା ସିଜନରେ ମଧ୍ୟ ଟିମ୍ ଲିଡର ରହିବାକୁ ଆଗ୍ରହୀ ଥିଲେ ମଧ୍ୟ ଆମେ ଏନେଇ ଗ୍ୟାରେଣ୍ଟ ଦେଇ ପାରିବୁ ନାହିଁ। ଦଳର ଲିଡର ହେବା ଲାଗି ଅନ୍ୟ ସଦସ୍ୟଙ୍କ ଏବେ ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ସେ କାହାର ନାମ ନେଇ ନ ଥିଲେ ମଧ୍ୟ ତାଙ୍କର ପରୋକ୍ଷ ଇଙ୍ଗିତ ଗତ ଦୁଇଟି ଟୁର୍ର ବିଜେତା ଜରେଣ୍ଟ ଥୋମାସ ଓ ଇଗାନ ବର୍ନଲଙ୍କ ପ୍ରତି ଇଦ୍ଦିଷ୍ଟ ଥିଲା। ଇନୋସର ଏହି ଘୋଷଣା ପରେ ଇସ୍ରାଏଲ ଷ୍ଟାର୍ଟଅପ୍ ନେଶନ ପକ୍ଷରୁ ସଙ୍ଗେ ସଙ୍ଗେ କୁହାଯାଇଥିଲା ଫ୍ରୁମ୍ଙ୍କ ଉଜ୍ଜ୍ୱଳ କ୍ୟାରିୟର ଶେଷ ପର୍ଯ୍ୟନ୍ତ ଆମ ଟିମ୍ରୁ ପ୍ରତିନିଧିତ୍ୱ କରିବେ। ସେ ଦଳର ନୀଳ ଏବଂ ଧଳା ରଙ୍ଗର ଜର୍ସି ପିନ୍ଧିବେ।