ବିଶ୍ୱକପରେ ଭାରତକୁ ଚିୟର୍ସ କରିବ ଇସ୍ରାଏଲ

ନୂଆଦିଲ୍ଲୀ,୧୭।୧୧: ରବିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ମହାମୁକାବିଲା ହେବାକୁ ଯାଉଛି। ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ସମର୍ଥନ କରିବାକୁ ଘୋଷଣା କରିଛି ଇସ୍ରାଏଲ। ଭାରତରେ ଇସ୍ରାଏଲ ରାଜଦୂତ ନାଓର ଗେଲୋତ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ପ୍ରତିଯୋଗିତାର ମଧ୍ୟ ଘୋଷଣା କରିଛନ୍ତି।


ସେ କହିଛନ୍ତି, ଇସ୍ରାଏଲ ଦୂତାବାସ ସହ ନିଜ ଜର୍ସିର ଡିଜାଇନ ଶେୟାର କରନ୍ତୁ। ଲକି ଓ୍ବିନର୍ସଙ୍କୁ ଭାରତ-ଇସ୍ରାଏଲ ସୁସମ୍ପର୍କ ଥିବା ଖାସ ଜର୍ସି ଉପହାର ମିଳିବ। ଏଥିସହ ଜର୍ସିରେ ୧୫ଭାରତୀୟ ଖେଳାଳୀଙ୍କ ଫଟୋ ମଧ୍ୟ ରହିବ।

Share