୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ନିବେଦନ କରିଥିଲେ।

ଇରାନବାସୀଙ୍କୁ ସମ୍ବୋଧିତ କରି ଖାମେନେଇ କହିଛନ୍ତି, ‘ଆପଣମାନେ ଆଲ୍ଲାଙ୍କ ଦ୍ୱାରା ପ୍ରଦର୍ଶିତ ପଥରୁ ବିଚ୍ୟୁତ ହେବା ଉଚିତ ନୁହେଁ। ମୁସଲମାନମାନେ ଏକଜୁଟ ହେବା ଉଚିତ୍। ଆମକୁ ଏକଜୁଟ ରହିବାକୁ ପଡିବ। ଆମକୁ ପ୍ରେମ ସହିତ ବଞ୍ଚିବାକୁ ପଡିବ। ଇସ୍ରାଏଲ ବିରୋଧରେ ନିଜର ଆକ୍ରୋଶ ପ୍ରକାଶ କରି ଖାମେନେଇ କହିଛନ୍ତି, ‘ଇସ୍ରାଏଲ ପାଲେଷ୍ଟାଇନର ଅଂଚଳକୁ ବେଆଇନ ଭାବେ ଦଖଲ କରିଛି।’

ଖାମେନେଇ ତାଙ୍କ ଭାଷଣରେ କହିଛନ୍ତି, ”ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ହତ୍ୟା ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଇରାନ ଇସ୍ରାଏଲକୁ କ୍ଷେପଣାସ୍ତ୍ରରେ କଡା ଜବାବ ଦେଇଛି। ତେବେ ଆବଶ୍ୟକ ପଡିଲେ ପୁନର୍ବାର ଆକ୍ରମଣ କରିବ। ହିଜବୁଲ୍ଲା ଏବଂ ଲେବାନନର ଲୋକମାନେ ସେମାନଙ୍କର ଅଧିକାର ପାଇଁ ଲଢ଼ୁଛନ୍ତି। ପାଲେଷ୍ଟାଇନ ବର୍ତମାନ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ପାଲେଷ୍ଟାଇନର ଏହି ସ୍ଥାନ ଫେରାଇନେବାର ଅଧିକାର ଅଛି। ଇରାନରୁ ଲେବାନନ୍ ପର୍ଯ୍ୟନ୍ତ ମୁସଲମାନମାନେ ଏକଜୁଟ ହେବା ଉଚିତ୍।

ଇସ୍ରାଏଲ୍ ସମସ୍ତ ମୁସଲମାନମାନଙ୍କର ଶତ୍ରୁ। ସେମାନେ କେବଳ ଆମର ଶତ୍ରୁ ନୁହଁନ୍ତି ପାଲେଷ୍ଟାଇନ ଏବଂ ୟେମେନର ଶତ୍ରୁ ମଧ୍ୟ ଅଟନ୍ତି। ଶତ୍ରୁମାନଙ୍କର ଯୋଜନା କେବେ ସଫଳ ହେବ ନାହିଁ। ସେମାନେ ମୁସଲମାନମାନଙ୍କ ପ୍ରତି ଶତ୍ରୁତା ବୃଦ୍ଧି କରିବାକୁ ଚାହୁଁଛନ୍ତି। ଶତ୍ରୁମାନେ ସେମାନଙ୍କର ମନ୍ଦ ରାଜନୀତିକୁ ବଢାଇବାକୁ ଚାହୁଁଛନ୍ତି।

ତେଣୁ ଇସ୍ରାଏଲ ବିରୁଦ୍ଧରେ ଏହି ଯୁଦ୍ଧରେ ଆରବ ମୁସଲମାନମାନେ ମଧ୍ୟ ଆମକୁ ସମର୍ଥନ କରିବା ଉଚିତ୍। ଲିବାନନ୍ ପାଇଁ ଆମେ ସବୁକିଛି କରିବୁ। ଇସ୍ରାଏଲକୁ ଲିବାନନରୁ ବାହାର କରାଯାଇଥିଲା। ଲେବାନନର ମୁସଲମାନମାନେ ସେମାନଙ୍କର ସମ୍ମାନ ରକ୍ଷା କଲେ ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ତଥାପି ମୁସଲମାନମାନଙ୍କୁ ଅତ୍ୟାଚାର କରାଯାଉଛି। ପାଲେଷ୍ଟାଇନ ମୁସଲମାନଙ୍କ ଅଧିକାର ପାଇଁ ହାମାସ ମଧ୍ୟ ଇସ୍ରାଏଲ ବିରୋଧରେ ଲଢ଼ୁଛି।

ପାଲେଷ୍ଟାଇନକୁ ଦଖଲ କରିବାକୁ ଚାହୁଁଥିବା ଶକ୍ତି ବିରୁଦ୍ଧରେ ଠିଆ ହେବାର ସମ୍ପୂର୍ଣ୍ଣ ଅଧିକାର ସେଠାକାର ଲୋକମାନଙ୍କର ଅଛି। ଗତ ବର୍ଷ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସର ଆକ୍ରମଣ ଯଥାର୍ଥ ଥିଲା।”


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ...

ବେରୁଟ୍‌ରେ ବସିଥିବା ହେଜବୋଲ୍ଲା କମାଣ୍ଡରଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌

ବେରୁଟ୍‌,୪।୧୦: ଇସ୍ରାଏଲର ଯୁଦ୍ଧ ବିମାନ ବେରୁଟ୍‌ର ଦହିଆ ଅଞ୍ଚଳରେ ଏକ ଭୂତଳ ବଙ୍କର ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ହେଜବୋଲ୍ଲାର ବରିଷ୍ଠ ନେତାମାନେ ଏଠାରେ...

ହମାସ୍‌ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ

ଜେରୁଜେଲମ୍‌,୪ା୧୦: ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ ସରକାର ମୁଖ୍ୟ ରାଓ୍ବହି ମୁଶ୍‌ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି...

ବ୍ୟାନ୍‌ ହୋଇଯିବ OnePlus, iQOO, POCO, ଚାଇନା କମ୍ପାନୀକୁ ନେଇ…

ନୂଆଦିଲ୍ଲୀ,୪।୧୦: ଭାରତରେ ଚାଇନା କମ୍ପାନୀ ସ୍ମାର୍ଟଫୋନର ଚାହିଦା ବହୁତ ଅଧିକ। ବର୍ତ୍ତମାନ, ଦେଶରେ OnePlus, iQOO, POCO ଭଳି ବ୍ରାଣ୍ଡଗୁଡ଼ିକ ଟ୍ରେଣ୍ଡରେ ଅଛି। ଫ୍ଲିପକାର୍ଟର ଫେଷ୍ଟିଭାଲ...

ଅର୍ଥନୀତିକୁ ଯୁଦ୍ଧ ଭୟ

ମୁମ୍ବାଇ/ନ୍ୟୁୟର୍କ,୪ା୧୦: ପାର୍ବଣ ଋତୁରେ ସାଧାରଣତଃ ଭାରତୀୟ ଶେୟାର ବଜାର ଫୁଲିଉଠିଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅକ୍ଟୋବର ଆରମ୍ଭରୁ ଷ୍ଟକ୍‌ ମାର୍କେଟ...

ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ

ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ...

ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁର ୭ ଦିନ ମଧ୍ୟରେ ଜନ୍ମ ନେଲେ ୧୦୦ ‘ନସରାଲ୍ଲା’

ବେରୁଟ୍‌,୩।୧୦: ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଅନେକ ମୁସଲମାନ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଲୋକମାନେ...

ହେଜ୍‌ବୋଲ୍ଲାକୁ କଡା ଜବାବ ଦେଲା ଇସ୍ରାଏଲ! ବିମାନ ଆକ୍ରମଣରେ ୪୬ ମୃତ

ବେରୁଟ୍‌,୩।୧୦: ଦକ୍ଷିଣ ଲେବାନାନର ଇସ୍ରାଏଲ ସୈନ୍ୟ ଏବଂ ହେଜବୋଲ୍ଲା ଯୁଦ୍ଧବିମାନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଗୁରୁବାର ହୋଇଥିବା ଯୁଦ୍ଧରେ ଇସ୍ରାଏଲ ସେନା ୧୫ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri