ଇସ୍ରାଏଲ କୃଷି ପଦ୍ଧତିରେ ଭାରତରେ ବଢୁଛି ଫଳ, ପନିପରିବା ଉତ୍ପାଦନ

ନୂଆଦିଲ୍ଲୀ,୧୨।୧୦: ଯୁଦ୍ଧରେ ଧିରେ ଧିରେ ଶ୍ମଶାନ ପାଲଟିଥିବା ଦେଶ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ସେଥିପାଇଁ ଭାରତ ଇସ୍ରାଏଲରୁ ନୂଆ ଟେକ୍ନୋଲଜିର ଅସ୍ତ୍ରଶସ୍ତ୍ର କିଣିଥାଏ। ତେବେ କେବଳ ଅସ୍ତ୍ରଶସ୍ତ୍ର ଚୁକ୍ତି ନୁହେଁ ଭାରତ ଇସ୍ରାଏଲର ନୂଆ କୃଷି ପ୍ରଯୁକ୍ତିବିଦ୍ୟା ମଧ୍ୟ ଗ୍ରଣ କରିଛି। ଏହି କାରଣରୁ ଭାରତରେ ପନିପରିବା ଏବଂ ଫଳର ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛ। ପ୍ରତିବର୍ଷ ଭାରତର ଅନେକ କୃଷକ ସରକାରୀ ଖର୍ଚ୍ଚରେ ତାଲିମ ପାଇଁ ଇସ୍ରାଏଲ ଯାଇଥାନ୍ତି। ସେମାନେ ସେଠାରେ ଚାଷର ନୂଆ ବୈଜ୍ଞାନିକ ପଦ୍ଧତି ଶିଖନ୍ତି। ଏହା ପରେ, ସେମାନେ ନିଜ ଗାଁକୁ ଆସି ସମାନ ପଦ୍ଧତି ବ୍ୟବହାର କରି ଚାଷ କରନ୍ତ।

ଇସ୍ରାଏଲର କୃଷି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି କେବଳ ଚାଷୀଙ୍କ ଆୟ ବଢିିନାହିଁ, କମ ମୂଲ୍ୟରେ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଏହା ବ୍ୟତୀତ ଜଳର ଅପଚୟ ମଧ୍ୟ ହ୍ରାସ ପାଉଛି। ଇସ୍ରାଏଲର ଅଧାରୁ ଅଧିକ ଅଞ୍ଚଳ ମରୁଭୂମି ଅଟେ। ଏହା ସତ୍ତ୍ୱେ ସେଠାରେ କୃଷକମାନେ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ଫଳ, ଫୁଲ ଏବଂ ପନିପରିବା ଚାଷ କରୁଛନ୍ତି। କମ ପାଣି ସହିତ ଏଠାରେ ଚାଷ କରିପାରୁଛନ୍ତି। କାରଣ ସେମାନେ ଡ୍ରପ ଜଳସେଚନ ଗ୍ରହଣ କରିଛନ୍ତି। ଏଥି ସହିତ ଇସ୍ରାଏଲର କୃଷି ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ ଭାରତରେ ସଂରକ୍ଷିତ ଚାଷ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହି କାରଣରୁ କାକୁଡି, ଟମାଟୋ, ଫୁଲକୋବି, ମୂଳା ଏବଂ ଗାଜର ଇତ୍ୟାଦି ଋତୁକାଳୀନ ପନିପରିବା ବର୍ଷସାରା ବଜାରରେ ଉପଲବ୍ଧ ହେଉଛି।

 

Share