ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌: ୧୦ ଶିଶୁଙ୍କ ସମେତ ୨୮ ମୃତ

ଜେରୁଜେଲମ୍‌,୧୦ା୨: ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ରଫାହରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୨୮ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଶନିବାର ରଫାହ ଅଞ୍ଚଳରେ ଥିବା ଘର ଉପରେ ୩ଟି ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ଆକ୍ରମଣରେ ସମୁଦାୟ ୧୦ ପିଲାଙ୍କ ସମେତ ୩ ପରିବାରର ଅନେକ ସଦସ୍ୟଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରେ ସବୁଠୁ ୩ ମାସର ଶିଶୁ ରହିଛି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରଫାହଠାରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ଏବଂ ହମାସ୍‌ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ଘୋଷଣା କରିବା ପରେ ସେଠାରେ ଥିବା ଲୋକମାନଙ୍କର ମୃତ୍ୟୁ ଘଟୁଛି। ସେଠାରେ ପ୍ରାୟ ୧୨ ଲକ୍ଷ ଲୋକ ଫସି ରହିଛନ୍ତି। ତେବେ ନେତାନ୍ୟାହୁଙ୍କ ଆକ୍ରମଣର ସମୟ ଦିଆଯାଇ ନାହିଁ। କିନ୍ତୁ ତାଙ୍କ ଘୋଷଣା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Share