ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହମାସ କମାଣ୍ଡର ସମେତ ୧୦ମୃତ

ଜେରୁଜେଲମ,୬ ।୮: ଇସ୍ରାଏଲ ପକ୍ଷରୁ ଶୁକ୍ରବାର ଗାଜା ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ପାଲେଷ୍ଟାଇନର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଇସ୍ରାଏଲ କହିଛି ଅଧିକୃତ ପଶ୍ଚିମ ଭାଗରେ ଚଳିତ ସପ୍ତାହରେ ଜଣେ ବରିଷ୍ଟ ପାଲେଷ୍ଟାଇନ ବିଦ୍ରୋହୀଙ୍କୁ ଗିରଫ କରାଯିବା ପରେ ଉତ୍ତେଜନା ବଢି ଯାଇଥିଲା ଓ ଶୁକ୍ରବାର ଇସ୍ରାଏଲ ଗାଜା ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।
ଇସ୍ରାଏଲ ଦେଶରେ ‘ବିଶେଷ ସ୍ଥିତି’ ଘୋଷଣା କରିବା ସହ ସୀମାରୁ ୮୦ କିଲୋମିଟର ଭିତରେ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯିବା ସହ ଲୋକଙ୍କ ଅନ୍ୟାନ୍ୟ କାର୍ଯ୍ୟକୁ ବି ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଚଳିତ ସପ୍ତାହ ଆରମ୍ଭରେ ଗାଜା ନିକଟରେ ଥିବା ସଡ଼କକୁ ବନ୍ଦ କରିଦେବା ସହ ସୀମାରେ ଅତିରିକ୍ତ ଯବାନ ମୁତୟନ କରିଥିଲା । ଅଗଷ୍ଟ ୧ ସୋମବାର ଅଧିକୃତ ପଶ୍ଚିମ ଭାଗରେ ହମାସର ଜଣେ ବରିଷ୍ଠ ସଦସ୍ୟ ଗିରଫ ହେବାପରେ ଆକ୍ରମଣ ଆଶଙ୍କା କରି ଇସ୍ରାଏଲ ଏପରି କରିଥିଲା ।

Share