ଦୁବାଇ,୧୯ା୧୨: ଇସ୍ରାଏଲ୍ର କେନ୍ଦ୍ରୀୟ ଅଞ୍ଚଳକୁ ଟାର୍ଗେଟ କରି ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍ ପକ୍ଷରୁ ଗୁରୁବାର ଏହି ସଂଗଠନ ନିୟନ୍ତ୍ରଣରେ ଥିତ୍ବା ୟେମେନ୍ ରାଜଧାନୀ ଏବଂ ବନ୍ଦର ସହର ଉପରେ ଜୋର୍ଦାର ଏୟାରଷ୍ଟ୍ରାଇକ୍ କରାଯାଇଛି।
ଗୁରୁବାର ଭୋର ସମୟରେ ଇସ୍ରାଏଲୀ ସେନାର ୧୪ଟି ଲଢ଼ୁଆ ବିମାନ ଘନଘନ ବୋମାମାଡ଼ କରିବାରୁ ଅନୂ୍ୟନ ୯ ଜଣଙ୍କ ମୃତ୍ୟୁ ଘଟିବା ସହ ବହୁ ଭିତ୍ତିଭୂମି ଧ୍ୱଂସ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ହୋଡେଇଡା ବନ୍ଦର ଏବଂ ଲୋହିତ ସାଗରରେ ଥିବା ସଲିଫ୍ ଏବଂ ରାସ ଇସା ଅଏଲ୍ ଟର୍ମିନାଲ୍କୁ ଟାର୍ଗେଟ କରି ଇସ୍ରାଏଲ୍ ସେନା ବୋମାମାଡ଼ କରିଥିଲା। ଫଳରେ ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀ ଲୋହିତ ସାଗର କରିଡରରେ ଆକ୍ରମଣ ବଢ଼ାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ହସାମ୍-ଇସ୍ରାଏଲ୍ ଆକ୍ରମଣ ପରେ ଲୋହିତ ସାଗରରେ ହୁଟି ଆକ୍ରମଣ ଯୋଗୁ ବୈଶ୍ୱିକ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି।