ଗାଜାରେ ଇସ୍ରାଏଲ ସେନାର ବୋମା ବିସ୍ଫୋରଣ: ଶତାଧିକ ମୃତ୍ୟୁ ଆଶଙ୍କା

ଜେରୁଜେଲମ୍‌,୧୬ା୧୨: ଆମେରିକାର ପରାମର୍ଶ ସତ୍ତ୍ୱେ ଇସ୍ରାଏଲ ସେନା ଶନିବାର ଉତ୍ତର ଏବଂ ଦକ୍ଷିଣ ଗାଜା ଉପରେ ଏକ ବଡ଼ଧରଣର ବୋମାମାଡ଼ କରିଛି। ବୋମା ବିସ୍ଫୋରଣ ହୋଇଥିବା ସ୍ଥାନ ମଧ୍ୟରେ ଗାଜା ସହରର ଓ୍ବାଇଏମ୍‌ଏ ବିଲ୍ଡିଂକୁ ଅନ୍ତର୍ଭୁକ୍ତ। ଯେଉଁଠାରେ ଶହ ଶହ ଲୋକ ଆଶ୍ରୟ ନେଇଥିଲେ। ଏହି ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଗାଜାର ଜଣେ ବ୍ୟକ୍ତି ଏକ ନ୍ୟୁଜ୍‌ ଚ୍ୟାନେଲକୁ କହିଛନ୍ତି, ଗାଜା ଷ୍ଟ୍ରିପ୍‌ ରାତିସାରା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଥିଲା। ଆମେ ସବୁ ଦିଗରୁ ବିସ୍ଫୋରଣ ଏବଂ ଗୁଳିଗୋଳା ଶବ୍ଦ ଶୁଣୁଥିଲୁ।

Share