ୱେଷ୍ଟ ବ୍ୟାଙ୍କ ଆକ୍ରମଣରେ ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କଲା ଇସ୍ରାଏଲ ସେନା

ରାମଲ୍ଲା,୮ ।୧୨: ୱେଷ୍ଟ ବ୍ୟାଙ୍କର ସହର ରାମଲ୍ଲାରେ ଗୁରୁବାର ଇସ୍ରାଏଲ ସେନା, ସେନା ଶିବିର ଉପରେ ଆକ୍ରମଣ କରିଥିବା ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଇସ୍ରାଏଲ ଓ ପାଲେଷ୍ଟାଇନର ଅଧିକାରୀମାନେ ଦେଇଛନ୍ତି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଇସ୍ରାଏଲ ସେନା ତା’ର କବଜାରେ ଥିବା ୱେଷ୍ଟ ବ୍ୟାଙ୍କରେ ସକାଳ ସମୟରେ ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କରିଛି ।
ଇସ୍ରାଏଲ ମିଡିଆର ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ରାମଲ୍ଲା ନିକଟରେ ଜଣେ ପାଲେଷ୍ଟାଇନ ଇସ୍ରାଏଲ ସେନା ଶିବିର ଉପରକୁ ଗୁଳି କରି ଲୁଚି ପଳାଇ ଯିବାରେ ସକ୍ଷମ ହୋଇଥିଲେ ।ଏହାପରେ ଇସାଏଲ ସେନା ତାଙ୍କୁ ଧରିବାକୁ ତଲାସି ଅଭିଯାନ ଚଳାଇଥିଲେ । ସେନା ଉ୍‌ତ୍ତର ୱେଷ୍ଟ ବ୍ୟାଙ୍କରେ ଜେନିନ ସହର ଓ ଏହାର ଶରଣାର୍ଥୀ ଶିବିରକୁ ଟାର୍ଗେଟକରିଥିଲେ । ଏହି ଅଞ୍ଚଳ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଗଡ଼ ଓ ଇସ୍ରାଏଲ ନିକଟ ଅତିତରେ ଏଠାରେ ତଲାସି ଅଭିଯାନକୁ ଯୋରଦାର କରିଥିଲା ।

Share