ଅଲ ଅସ୍କା ହସ୍ପିଟାଲରୁ ଶିଶୁଙ୍କୁ ସ୍ଥାନାନ୍ତରଣ ପାଇଁ ଇସ୍ରାଏଲ ସେନାର ଅନୁମତି…

ଜେରୁଜେଲମ,୧୨।୧୧ : ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ହମାସ ପକ୍ଷରୁ ଇସ୍ରାଏଲ ସେନା ଶିବିରକୁ ଟାର୍ଗେଟ କରି କରାଯାଇଛି। ଗାଜାର ଅଲ ଅସ୍କା ହସ୍ପିଟାଲରେ ଇନ୍ଧନ ଅଭାବରୁ ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇ ପାରିନାହିଁ। ପାଲେଷ୍ଟାଇନ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ଆଇସିୟୁରେ ଥିବା ୨ ନବଜାତ ଶିଶୁଙ୍କ ମୃତ୍ୟୁ ବିଦ୍ୟୁତ ସରବରାହ ବ୍ୟାହତ ହେବାରୁ ଘଟିଛି। ଅନ୍ୟ ଶିଶୁଙ୍କ ଜୀବନ ସଙ୍କଟରେ ରହିଛି। ଇତିମଧ୍ୟରେ ହସ୍ପିଟାଲରେ ଇସ୍ରାଏଲ ସେନା ହସ୍ପିଟାଲରେ ଚିକିତ୍ସାଧୀନଥିବା ସମସ୍ତ ଶିଶୁଙ୍କୁ ଗାଜାର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ରବିବାର ଅନୁମତି ପ୍ରଦାନ କରିଛି।

ଗାଜାର ସୀମା ଅଧିକାରୀ କହିଛନ୍ତି ଇସ୍ରାଏଲର ରାଉଫ ସୀମାକୁ ପୁଣି ରବିବାର ଖୋଲାଯାଇଛି। ଯାହାଦ୍ୱାରା ଗାଜାରୁ ଲୋକେ ଇସ୍ରାଏଲରେ ସୁରକ୍ଷିତ ଭାବେ ଆଶ୍ରୟ ନେଇ ପାରିବେ। ଏହାକୁ ଶୁକ୍ରବାର ବନ୍ଦ କରାଯାଇଥିଲା।
ହମାସ ଦାବି କରିଛି ଗାଜାରେ ଥିବା ୧୬୦ ଇସ୍ରାଏଲ ଶିବିରକୁ ଧ୍ୱଂସ କରାଯାଇଛି। ସେହିପରି ଗତ ୪୮ ଘଣ୍ଟାରେ ୨୫ ମିଲିଟାରୀ ଯାନକୁ ବିସ୍ଫୋରଣ କରି ଉଡାଇ ଦିଆଯାଇଛି।

ଇସ୍ରାଏଲ ସେନା ପ୍ରବକ୍ତା କହିଛନ୍ତି ଉତ୍ତର ଗାଜାରେ ହମାସ ନିଜର ନିୟନ୍ତ୍ରଣ ହରାଇଛି। ଏବେ ଏହି ଅଞ୍ଚଳକୁ ଇସ୍ରାଏଲ ସେନା ନିଜ ଦଖଲକୁ ନେଇଛି।

Share