ଯୁଦ୍ଧବିରତି ଉଦ୍ୟମ ମଧ୍ୟରେ ଇସ୍ରାଏଲ୍‌ର ଆକ୍ରମଣ: ୨୧ ମୃତ

ଡେଇର ଅଲ୍‌-ବାଲାହ,୧୯ା୮: ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଚୂଡ଼ାନ୍ତ କରିବା ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଜେରୁଜେଲମ୍‌ ପକ୍ଷରୁ ଆକ୍ରମଣ ଜାରି ରହିଛି। ଗାଜାରେ ରବିବାର ଇସ୍ରାଏଲ୍‌ର ବୋମାମାଡ଼ରେ ୬ ଶିଶୁ ଓ ଜଣେ ମହିଳାଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରୁଥିବା ଆମେରିକା, ଇଜିପ୍ଟ ଏବଂ କାତାର ଦୋହାରେ ୨ ଦିନ ଆଲୋଚନା ଚଳାଇଥିଲେ। ତେବେ ଇସ୍ରାଏଲ୍‌ କେତେକ ନୂଆ ଦାବି ଉଠାଇବାରୁ ହମାସ୍‌ ଏହାର ବିରୋଧ କରିଥିଲା। ଫଳରେ ବୁଝାମଣା ଅଟକି ରହିଥିବାବେଳେ ଯୁଦ୍ଧବିରତି ନେଇ ମଧ୍ୟସ୍ଥମାନେ ଆଶାବ୍ୟକ୍ତ କରିଛନ୍ତି। ଡେଇର ଅଲ୍‌-ବଲାହର ଏକ ଘର ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ଯୋଗୁ ଜଣେ ମାଆ ଓ ତାଙ୍କ ପିଲାଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତିପକ୍ଷର ଏକ ରକେଟ ଲଞ୍ଚରକୁ ଇସ୍ରାଏଲୀ ସେନା ଧ୍ୱଂସ କରିଦେଇଥିବା କହିଛି।

Share