ଇସ୍ରାଏଲର ଆକ୍ରମଣ: ୭୦ରୁ ଅଧିକ ମୃତ

ଜେରୁଜେଲମ୍‌,୨୫ା୧୨: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ୭୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୭ ଶିଶୁ ରହିଛନ୍ତି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଆଶରଫ ଅଲ୍‌-କୁଡ୍ରା କହିଛନ୍ତି, ଏହି ଆକ୍ରମଣ ଏକ ଆବାସିକ ବ୍ଲକକୁ ନଷ୍ଟ କରିଦେଇଛି। ଏହି ଆକ୍ରମଣ ଯୋଗୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଆକ୍ରମଣ ଯୋଗୁ ଅଢ଼େଇ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି।

ସୂଚନାଯୋଗ୍ୟ, ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ୨୦ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ୍‌ ନାଗରିକଙ୍କର ମୃତ୍ୟୁ ଘଟିସାରିଲାଣି।

Share