ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼: ୬ ଜଣଙ୍କ ଜୀବନ ଗଲା

ଜେରୁଜେଲମ୍‌,୨୭ା୧୦: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଏଥି ସହିତ ହମାସ୍‌ ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ପ୍ରତିଶୋଧ ନେଉଛି। ଏଥିସହ ଇସ୍ରାଏଲ ସୀମା ନିକଟ ଇଜିପ୍ଟର ଲୋହିତ ସାଗରର ରିସର୍ଟ ସହର ଟାବାରେ ଏକ କ୍ଷେପଣାସ୍ତ୍ରକୁ ଟାର୍ଗେଟ କରି ୬ ଜଣଙ୍କର ମୃତ୍ୟୁ ଘଟିଛି।

ଏହି କ୍ଷେପଣାସ୍ତ୍ରଗୁଡ଼ିକ ଟାବାରେ ଥିବା ଆମ୍ବୁଲାନ୍ସ ସୁବିଧା ଏବଂ ଟାବା ଡାକ୍ତରଖାନା ପ୍ରଶାସନ ପାଇଁ ଏକ ଆବାସିକ କୋଠାକୁ ଧକ୍କା ଦେଇଛି। ଇଜିପ୍ଟ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ସେନା କହିଛନ୍ତି ଯେ, ଏହି ଅଞ୍ଚଳରେ ଏକ ସୁରକ୍ଷା ଘଟଣା ସମ୍ପର୍କରେ ଅବଗତ ଅଛି। ଲୋହିତ ସାଗର ସହରରେ ଇସ୍ରାଏଲ ଏବଂ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ।

Share