କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ,୨୦।୧୨-ଶନିବାର କରୋନା ଟିକା ନେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦେଶର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ଗ୍ରହଣ କରିଛନ୍ତି। ଏକ ଟିଭି ଲାଇଭ ଶୋରେ ସେ ଟିକା ନେଇଥିବା ଦେଖିବାକୁ ମିଳିଛି। ଫାଇଜର୍‌ ଓ ବାୟୋଏନଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ନେବାପରେ ସୁସ୍ଥ ଅଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ। ରବିବାରଠାରୁ ଇସ୍ରାଏଲ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ପ୍ରଦାନ କରାଯିବ।

Share