ନରମିଲେ ନେତାନ୍ୟାହୁ: ଯୁଦ୍ଧ ବନ୍ଦ

ଗାଜା,୯।୧୧: ଗାଜା ଷ୍ଟ୍ରିପରେ ଲଗାତାର ଆକ୍ରମଣ ଭିତରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ବିରତି ନିଷ୍ପତ୍ତି ହୋଇଛି। ଏହି ସମୟରେ ହମାସ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଅସ୍ତାୟୀ ଆକ୍ରମଣ ରୋକିବା ପାଇଁ କତାରର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି। ବୁଝାମଣାନୁସାରେ ୩ଦିନ ଯୁଦ୍ଧ ବନ୍ଦ ରହିବ। ଯୁଦ୍ଧ ବନ୍ଦ ବଦଳରେ ହମାସ ୧୦-୧୫ବନ୍ଦୀଙ୍କୁ ମୁକ୍ତ କରିବ।
ସୂଚନାନୁସାରେ, ୩ଦିନ ମାନବୀୟ ବିରାମ ବଦଳରେ ୧୨ବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସ ରାଜି ହୋଇଛି। ଏହି ବନ୍ଦୀମାନେ ହେଲେ ଆମେରିକୀୟ। ତେବେ ନେତାନ୍ୟାହୁଙ୍କ ଏହି ନିଷ୍ପତ୍ତିକୁ ସାରା ବିଶ୍ୱ ଗ୍ରହଣ କରିପାରୁ ନାହିଁି। କାରଣ ନେତାନ୍ୟାହୁ ଅନେକ ଥର ନିଜ ଭିଡିଓରେ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା ସମୟରେ ଯୁଦ୍ଧ ବିରତି କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ହମାସ ସବୁ ବନ୍ଦୀଙ୍କୁ ମୁକ୍ତ ନ କରିଛି ସେ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ।

Share