ଚନ୍ଦ୍ରାୟାନର ସଫଳତା ବିଶ୍ୱ ପାଇଁ ଏକ ‘ଐତିହାସିକ ଉପଲବ୍ଧି’ ମୋଦିଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୨୫।୮: ଭାରତର ସଫଳ ଚନ୍ଦ୍ରାୟନ-୩ ମିଶନକୁ ଭାରତ ଓ ବିଶ୍ୱ ପାଇଁ ଏକ ‘ଐତିହାସିୀକ ଉପଲବ୍ଧି’ବୋଲି କହି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜନାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ପ୍ରାଦ୍ଦ୍ୟୋଗିକ କ୍ଷେତ୍ର, ବିଶେଷ ଭାବେ କୃତ୍ରିମ ବୁଦ୍ଧିମତା(ଏଆଇ)ରେ ସହଯୋଗକୁ ଆଗକୁ ବଢାଇବାକୁ ସହମତି ହୋଇଛନ୍ତି।
ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ନେତାନ୍ୟାହୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଏବଂ ଚନ୍ଦ୍ରର ଦକ୍ଷିଣ ପୋଲରେ ମହାକାଶଯାନକୁ ସଫଳତାର ସହ ଅବତରଣ କରିବାରେ ଭାରତର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଏହା ଉଭୟ ଭାରତ ଏବଂ ବିଶ୍ୱ ପାଇଁ ଏକ ଐତିହାସିକ ସଫଳତା ଏବଂ ସମସ୍ତ ଇସ୍ରାଏଲ ନାଗରିକଙ୍କ ତରଫରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

Share