ଭାରତର ନିମନ୍ତ୍ରଣରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୨୫ା୧: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନତୈକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍‌ ଭାରତ ଆସିପାରନ୍ତି। ଏ ନେଇ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ୍‌ ସୋମବାର ସୂଚନା ଦେଇଛନ୍ତି। ଏହି ଉତ୍ସବ ପାଳନ ନିମନ୍ତେ ଆୟୋଜିତ ଏକ ଓ୍ବେବମିନାରରେ ସ୍ବତନ୍ତ୍ର ଲୋଗୋର ଭର୍ଚୁଆଲ ଲଞ୍ଚ କରାଯାଇଛି। ଏହି ଅବସରରେ ଗିଲୋନ କହିଥିଲେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ହେବା ସୌଭାଗ୍ୟର କଥା। ଦୁଇ ପ୍ରାଚୀନ ସଭ୍ୟତା ମଧ୍ୟରେ ଏଭଳି ସମ୍ପର୍କ ଅସାଧାରଣ ବୋଲି ସେ ପ୍ରକାଶ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଚଳିତ ବର୍ଷ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଛନ୍ତି। ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗତ ବର୍ଷ ବେନେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ନିମନ୍ତ୍ରଣ କରିଥିଲେ।

Share