ହମାସକୁ ରକ୍ତ ଶୋଷୁଥିବା ରାକ୍ଷସ ସହ ତୁଳନା କଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୬।୧୦(୦୭): ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଦେଶର ଜରୁରୀକାଳିନ ସରକାରୀ କ୍ୟାବିନେଟର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଲୋକଙ୍କ ପାଇଁ କ୍ୟାବିନେଟ ଏକ ମିନିଟ ନୀରବତା ପାଳନ କରିଥିଲା।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ବୈଠକରେ କହିଛନ୍ତି ଯେ, ଆମେ ମିଳିତ ଭାବରେ ଦିନକୁ ୨୪ ଘଣ୍ଟା କାର୍ଯ୍ୟ କରୁଛୁ। ଆମ ଭିତରେ ଥିବା ଏକତା ଲୋକ, ଶତ୍ରୁ ଏବଂ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି।
ହମାସକୁ ରକ୍ତ ଶୋଷୁଥିବା ରାକ୍ଷସ ସହ ତୁଳନା କରି ନେତାନ୍ୟାହୁ କହିଛନ୍ତି, ଯେଉଁମାନେ ଆମକୁ ବିନାଶ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଉଚିତ୍‌ ଜବାବ ଦେବୁ। ଯଦି ହମାସ ଆମକୁ ଭଙ୍ଗିବାକୁ ଚେଷ୍ଟା କରେ, ଆମେ ହମାସକୁ ଖଣ୍ଡ ଖଣ୍ଡ କରିଦେବୁ।

Share