Categories: ଜାତୀୟ

ମୋଦିଙ୍କ ନିମନ୍ତ୍ରଣ ରଖି ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍‌ଟାଲି ବେନେଟ୍‌ ଏପ୍ରିଲ ୨ରେ ୪ ଦିନିଆ ଭାରତ ଗସ୍ତରେ ଆସିବେ। ଏ ନେଇ ବେନେଟ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଅବସରରେ ବେନେଟ୍‌ ଭାରତରେ ପହଞ୍ଚିବେ ବୋଲି ଏହି ବିବୃତିରେ କୁହାଯାଇଛି। ଦୁଇ ନେତା ପ୍ରଥମ ଥର ପାଇଁ ଗ୍ଲାସ୍‌ଗୋରେ ଗତ ଅକ୍ଟୋବରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬)ରେ ପରସ୍ପରକୁ ଭେଟିଥିଲେ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ତାଙ୍କୁ ନିମନ୍ତ୍ରଣ ଦେଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ବେନେଟ୍‌ ପ୍ରଥମ ଥର ଭାରତ ଗସ୍ତ କରିବେ।

Share