ବାଇଡେନଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବୈଠକରେ ଭାରତର ଅର୍ଥନୈତିକ କରିଡରକୁ ପ୍ରଶଂସା

ଓ୍ବାଶିଂଟନ୍‌,୨୧।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟୁୟର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପର ଅର୍ଥନୈତିକ କରିଡର ନିଷ୍ପତ୍ତିକୁ ସ୍ବାଗତ କରାଯାଇଥିଲା।

ବୈଠକରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏନେଇ ହ୍ବାଇଟ ହାଉସ୍‌ ସୂଚନା ଜାରି କରିଛି।
ସେହିପରି ଇରାନ କୌଣସି ଉପାୟରେ ପରମାଣୁ ଅସ୍ତ୍ର ହାସଲ କରିବା ଉଚିତ ନୁହେଁ ବୋଲି ଉଭୟ ନେତା ସହମତି ହୋଇଛନ୍ତି। ଇରାନ ଏବଂ ଏହାର ସହଯୋଗୀ ଦଳ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ମୁକାବିଲା କରିବା ପାଇଁ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share