ଗାଜାରେ ଇସ୍ରାଏଲର ରକେଟ୍‌ ମାଡ଼: ୨୮ ନିହତ

ଗାଜା ସିଟି,୧୨।୫: ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ ଜାରି ରହିଛି। ଏୟାର୍‌ ଷ୍ଟ୍ରାଇକ୍‌ରେ ୩ ଦିନ ମଧ୍ୟରେ ୪ ମହିଳା ଓ ୬ ଶିଶୁଙ୍କ ସମେତ ୨୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପାଲେଷ୍ଟାଇନ୍‌ର ରେଜିଷ୍ଟାନ୍ସ ଗ୍ରୁପ୍‌ ଏହାର ଜବାବରେ ଇସ୍ରାଏଲ ଉପରେ ୫୦୦ରୁ ଅଧିକ ରକେଟ୍‌ ମାଡ଼ କରିଛି। ତେବେ ଇସ୍ରାଏଲ ସେନାର ଅତ୍ୟାଧୁନିକ ମିଶାଇଲ ଡିଫେନ୍ସ ସିଷ୍ଟମ୍‌ ଜରିଆରେ ରକେଟ୍‌ଗୁଡ଼ିକୁ ଖସାଇଦିଆଯାଇଛି। ୟୁରୋପୀୟ ସଂଘ ଇସ୍ରାଏଲ୍‌କୁ ତତ୍କାଳ ଅପରେଶନ୍‌ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛି।

Share