ସିରିଆ ଗାଁ ଉପରେ ଇସ୍ରାଏଲର ରକେଟ ମାଡ଼…

ଦାମାସକସ୍‌, ୩।୭ : ଲେବାନନ ସୀମା ନିକଟ ସିରିଆର ଏକ ଗାଁ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ସିରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଛନ୍ତି। ଜୁନ ୧୦ ରେ ଦାମାସକସ୍‌ ବିମାନବନ୍ଦର ଆକ୍ରମଣ ପରେ ଏହା ଇସ୍ରାଏଲର ପ୍ରଥମ ଏୟାର ଷ୍ଟ୍ରାଇକ।

ଜୁନ ୧୦ରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ସିରିଆର ଅନ୍ତର୍ଜାତୀୟ ବିମାନବନ୍ଦର ଭିତ୍ତିଭୂମି ଏବଂ ରନୱେରେ ବ୍ୟାପକ କ୍ଷତି ଘଟାଇଥିଲା। ଫଳରେ ମୁଖ୍ୟ ରନୱେକୁ ବ୍ୟବହାର ଯୋଗ୍ୟ ସ୍ଥିତିରେ ନଥିଲା। ଦୁଇ ସପ୍ତାହ ବନ୍ଦ ରହିବା ପରେ ୨୩ଜୁନ ରେ ଏହି ବିମାନବନ୍ଦର ଖୋଲାଯାଇଥିଲା। ରାଷ୍ଟ୍ରାୟତ୍ତ ନ୍ୟୁଜ ଏଜେନ୍ସି ସାନା ଅନୁଯାୟୀ ଉତ୍ତର ଲେବାନନ ଉପରେ ଉଡୁଥିବା ଇସ୍ରାଏଲ ଯୁଦ୍ଧ ବିମାନ ତାରତୁ ସହରର ଦକ୍ଷିଣରେ ଥିବା ହମିଦିଆ ଗାଁର କିଛି କୁକୁଡ଼ା ଫାର୍ମରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ କିଛି ଜିନିଷ ନଷ୍ଟ ହୋଇଯାଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ।

Share