ସିରିଆ ଉପରେ ଇସ୍ରାଏଲର ଆକ୍ରମଣ…

ଜେରୁଜେଲମ/ଦାମାସକସ,୨।୧ : ଇସ୍ରାଏଲ ସେନା ସିରିଆ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଦାମାସକସ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରୁଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ସିରିଆର ଦୁଇ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ବିମାନ ବନ୍ଦରକୁ ବନ୍ଦ କରିବାକୁ ସିରିଆ ସରକାର ଘୋଷଣା କରିଛନ୍ତି।

ସିରିଆର ଅଫିସିଆଲ ନ୍ୟୁଜ ଏଜେନ୍ସି ସାନା ଅନୁସାରେ ସ୍ଥାନୀୟ ସମୟ ରାତି ୨ ଟାରେ ଏହି ଆକ୍ରମଣ କରାଯାଇଥିଲା। ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ସାମରିକ ସୂତ୍ର ସାନା ନ୍ୟୁଜ ଏଜେନ୍ସିକୁ କହିଛି ଯେ ଇସ୍ରାଏଲ ଦାମାସକସ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି।

ନ୍ୟୁଜ ରିପୋର୍ଟ ଅନୁଯାୟୀ, ଲେବାନନର ହିଜବୁଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ପଠାଇବା ରୋକିବା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଛି।

Share