ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ମାର୍ଜାୟୁନ୍‌,୨୪ା୯: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ହେଜ୍‌ବୋଲ୍ଲା ବିରୋଧରେ ଆହୁରି ଘାତକ ଏୟାରଷ୍ଟ୍ରାଇକ୍‌ ହେବାକୁ ଥିବାରୁ ଲେବାନନ୍‌ର ଦକ୍ଷିଣ ଏବଂ ପୂର୍ବାଞ୍ଚଳରୁ ଲୋକମାନଙ୍କୁ ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ ସେନା ସତର୍କ କରିଦେଇଛି। ଦକ୍ଷିଣ ଭାଗରୁ ଅନେକ ହଜାର ଲେବାନିଜ୍‌ ପଳାୟନ କରୁଥିବାରୁ ବେରୁଟ୍‌ ଆଡ଼କୁ ଯାଇଥିବା ମୁଖ୍ୟ ରାଜପଥରେ ଗାଡ଼ି ଜାମ୍‌ ଦେଖିବାକୁ ମିଳିଛି। ୨୦୦୬ର ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧ ପରେ ଏହା ସବୁଠୁ ବଡ଼ ଗଣପଳାୟନ।
ଇସ୍ରାଏଲ୍‌ ସେନା ସୋମବାର ୩୦୦ଟି ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଘୋଷଣା କରିଛି। ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଆତଙ୍କବାଦୀ ସଂଗଠନର ଅସ୍ତ୍ରାଗାରଗୁଡ଼ିକୁ ଟାର୍ଗେଟ କରାଯାଉଛି। ଦକ୍ଷିଣ ଏବଂ ପୂର୍ବ ବେକା ଭ୍ୟାଲିରେ ଥିବା ଟାଉନ୍‌ଗୁଡ଼ିକର କେତେକ ଆବାସିକ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ବେରୁଟ୍‌ ସୀମାରୁ ୮୦ ମାଇଲ ଦୂର କେନ୍ଦ୍ରୀୟ ଲେବାନନ୍‌ର ଏକ ଜଙ୍ଗଲ ଅଞ୍ଚଳରେ ମଧ୍ୟ ବୋମାମାଡ଼ କରାଯାଇଛି। ହେଜ୍‌ବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ଅଞ୍ଚଳରୁ ସାଧାରଣ ଲୋକେ ତୁରନ୍ତ ପଳାଇଯିବାକୁ ଇସ୍ରାଏଲୀ ସେନା ମୁଖପାତ୍ର ଡାନିଏଲ୍‌ ହଗାରି କହିଛନ୍ତି।
ଅନ୍ୟପକ୍ଷରେ ହେଜ୍‌ବୋଲ୍ଲା ଗାଲିଲିସ୍ଥିତ ଇସ୍ରାଏଲୀ ସାମରିକ ଘାଟି ଉପରେ ବହୁସଂଖ୍ୟାରେ ରକେଟ ମାଡ଼ କରିଥିବା ଏକ ବିବୃତିରେ କହିଛି। ଏହା ବ୍ୟତୀତ ହାଇଫାରେ ରହିଥିବା ରାଫେଲ୍‌ ପ୍ରତିରକ୍ଷା କାରଖାନାକୁ ଦ୍ୱିତୀୟ ଦିନ ପାଇଁ ହେଜ୍‌ବୋଲ୍ଲା ଟାର୍ଗେଟ କରିଥିଲା। ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡରଙ୍କ ସମେତ ଅନେକ ଲଢ଼ୁଆ ନିହତ ହେବା ପରେ ଏହାର ଜବାବ ଦେବାକୁ ଯାଇ ଉକ୍ତ ଆତଙ୍କବାଦୀ ସଂଗଠନ ଉତ୍ତର ଇସ୍ରାଏଲ୍‌ରେ ୧୫୦ରୁ ଅଧିକ ରକେଟ, ମିଶାଇଲ ଏବଂ ଡ୍ରୋନ୍‌ ମାଡ଼ କରିଥିଲା। ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ର ଚେତାବନୀ ସତ୍ତ୍ୱେ ଅନେକ ଲୋକ ଏହାର ଟାର୍ଗେଟ ସ୍ଥାନ ନିକଟରେ ରହିଥିବା ଦେଖାଯାଇଛି। ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ଲେବାନନ୍‌ରେ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ସେପଟେ ପାଖାପାଖି ବର୍ଷେ ହେଲା ଇସ୍ରାଏଲୀ ସେନା ଗାଜାରେ ହମାସ୍‌ ବିରୋଧରେ ଯୁଦ୍ଧ ଚଳାଇଛି। ପାଲେଷ୍ଟାଇନ୍‌ ଏବଂ ହମାସ୍‌କୁ ସମର୍ଥନ ଜଣାଇ ହେଜ୍‌ବୋଲ୍ଲା ଏହାର ଆକ୍ରମଣ ଜାରି ରଖିବା ବୋଲି ପ୍ରତିଜ୍ଞା କରିଛି।
ଗତ ମଙ୍ଗଳବାର ଏବଂ ବୁଧବାର ହେଜ୍‌ବୋଲ୍ଲା ଯୋଦ୍ଧାମାନଙ୍କୁ ଟାର୍ଗେଟ କରି ହଜାର ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏଥିରେ ୨ ପିଲାଙ୍କ ସମେତ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଶୁକ୍ରବାର ବେରୁଟ୍‌ରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ବୈଠକରେ ଯୋଗଦେଇଥିବା ହେଜ୍‌ବୋଲ୍ଲାର କେତେଜଣ ବରିଷ୍ଠ ସଦସ୍ୟ ନିହତ ହୋଇଥିଲେ। ଆଗକୁ ଖରାପ ଦିନ ଆସୁଛି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୋମବାର ଦେଶବାସୀଙ୍କୁ ସତର୍କ କରାଇବା ସହ ଏକତା ବଜାୟ ରଖିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ମମତା ସରକାରଙ୍କୁ ହଟାଇବାକୁ ଏମିତି ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ...

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image