Categories: ଜାତୀୟ

ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୩।୯: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଏହି ସୂଚନା ଦେଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌ ସୁସ୍ଥ ଏବଂ ଭଲ କାମ କରୁଛି। ସ୍ୟାଟେଲାଇଟ୍‌ ଆର୍ଥ ବାଉଣ୍ଡ୍‌ ମ୍ୟାନୁଭର୍‌ ସମାପ୍ତ କରିଛି ଅର୍ଥାତ୍‌ ଏହା ପୃଥିବୀର ପ୍ରଥମ ରାଉଣ୍ଡ ନେଇସାରିଛି। ବର୍ତ୍ତମାନ ଏହା ଏକ ନୂତନ କକ୍ଷପଥ ହାସଲ କରିଛି।
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ସେପ୍ଟେମ୍ବର ୨ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଆରମ୍ଭ କରାଯାଇଥିଲା। ଇସ୍ରୋର ପିଏସ୍‌ଏଲ୍‌ଭି-ସି୫୭ ରକେଟ ସଫଳତାର ସହିତ ଯାନକୁ ପୃଥିବୀର କକ୍ଷପଥରେ ସ୍ଥାନିତ ହୋଇଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ପୃଥିବୀର କକ୍ଷପଥରୁ ବାହାରି ସୂର୍ଯ୍ୟ ଆଡକୁ ଯିବ।

Share