Categories: ଜାତୀୟ

ଆଉ କିଛି ସମୟ ପରେ ପରୀକ୍ଷଣ ହେବ ଚନ୍ଦ୍ରୟାନ-୩, ପ୍ରଧାନମନ୍ତ୍ରୀ କହିଲେ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ

ନୂଆଦିଲ୍ଲୀ,୧୪।୭: ଅପରାହ୍ନ ୨.୩୦ରେ ଶ୍ରୀହରିକୋଟାରୁ ଚନ୍ଦ୍ରୟାନ-୩ର ପରୀକ୍ଷଣ ହେବ। ଯାହା ଦେଶ ପାଇଁ ଗର୍ବର ବିଷୟ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କହିଛନ୍ତି, ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ।

ଚନ୍ଦ୍ରୟାନ-୩ରେ ଗୋଦ୍ରେଜ ଏରୋସ୍ପେସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚନ୍ଦ୍ରୟାନ-୩ ବହନ କରୁଥିବା ରକେଟର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦୁଇଟି ଇଞ୍ଜିନ ଗୋଦ୍ରେଜ ଏରୋସ୍ପେସ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆସୋସିଏଟ ଉପାଧ୍ୟକ୍ଷ ତଥା ବ୍ୟବସାୟ ମୁଖ୍ୟ ଗୋଦ୍ରେଜ ଏରୋସ୍ପେସ କହିଛନ୍ତି ଯେ,ଚନ୍ଦ୍ରୟାନ-୩ ଏକ ସମ୍ମାନଜନକ ମିଶନ, ଗୋଦ୍ରେଜ ଦୁଇଟି ଇଞ୍ଜିନ ପାଇଁ ହାର୍ଡୱେର୍‌ ଯୋଗଦାନ କରିଛି। ଯାହା ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଆମର ବୁଝାମଣା ସଠିକ, ତେବେ ମିଶନର ପ୍ରାୟ ୮୦-୯୦ ପ୍ରତିଶତ ଅଂଶ ସ୍ବଦେଶୀ।

Share