Categories: ଜାତୀୟ

ପୃଥିବୀର କକ୍ଷ ପଥ ଛାଡି ଚନ୍ଦ୍ର ଆଡକୁ ଗତିକଲା ଚନ୍ଦ୍ରାୟନ-୩, ଅଗଷ୍ଟ ୫ ଗୁରୁତ୍ୱପୂର୍ଣ୍ଣ

ବେଙ୍ଗାଲୁରୁ,୧।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମଙ୍ଗଳବାର ଚନ୍ଦ୍ରାୟନ-୩ ଅନ୍ତରୀକ୍ଷ ଯାନକୁ ପୃଥିବୀର କକ୍ଷରୁ ବାହାର କରି ସଫଳତାପୂର୍ବକ ଚନ୍ଦ୍ରର କକ୍ଷ ଆଡକୁ ପଠାଇଛି। ଇସ୍ରୋ ତା’ର ଏକ ବୟାନରେ କହିଛି କି ‘ଚନ୍ଦ୍ରାୟନ-୩ ପୃଥିବୀ କକ୍ଷ ପଥକୁ ପୂରଣ କରି ସାରିଛି ଆଉ ଏବେ ଏହା ଚନ୍ଦ୍ର ଆଡକୁ ଗତି କରୁଛି।’

ଇସ୍ରୋ କହିଛି ଯେ ISTRAC (ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ) ସଫଳତାର ସହ ପେରିଜି ଫାୟାରିଂ କରିଛ। ଯାହା ପରେ ମହାକାଶଯାନ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛ। ପରବର୍ତ୍ତୀ ପଦକ୍ଷେପ ହେଉଛି ଚନ୍ଦ୍ର। ଅଗଷ୍ଟ ୫, ୨୦୨୩ରେ, ଚନ୍ଦ୍ରୟାନ -୩ ମହାକାଶଯାନ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଏବଂ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ -୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

Share