Categories: ଜାତୀୟ

ସଫଳତାର ସହ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରୟାନ-୩, ଇସ୍ରୋ ଦେଲା ସୂଚନା

ନୂଆଦିଲ୍ଲୀ,୧୭।୭: ଭାରତର ମହାକାଶ ମିଶନ ଚନ୍ଦ୍ରୟାନ-୩ ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ଏକ ବିବୃତ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛ। ଇସ୍ରୋ ସୂଚନା ଦେଇଛି ଯେ, ଚନ୍ଦ୍ରୟାନ-୩ ବର୍ତ୍ତମାନ ପୃଥିବୀଠାରୁ ୪୧,୬୦୩ କିଲୋମିଟର x୨୨୬ କିଲୋମିଟର ଦୂରରେ ଅବସ୍ଥିତ ଏକ ପୃଥିବୀ କକ୍ଷପଥରେ ଉପସ୍ଥିତ ରହିଛି।

ଏହାପୂର୍ବରୁ ରବିବାର ଚନ୍ଦ୍ରୟାନ-୩ ପୃଥିବୀର ପ୍ରଥମ କକ୍ଷରୁ ଦ୍ୱିତୀୟକୁ ଯାଇଥିଲା। ବର୍ତ୍ତମାନ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଚନ୍ଦ୍ରୟାନ ପୁନର୍ବାର ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରିବ। ଇସ୍ରୋ ସଫଳତାର ସହିତ ୧୪ ଜୁଲାଇରେ ଚନ୍ଦ୍ରୟାନ-୩ ମିଶନ ଆରମ୍ଭ କରିଥିଲା। ଏହା ହେଉଛି ଭାରତର ତୃତୀୟ ମିଶନ, ଯାହା ଚନ୍ଦ୍ରକୁ ପଠାଯାଇଛି।

Share