Categories: ଜାତୀୟ

ନୌସେନା କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାଥମିକ ପରୀକ୍ଷଣ କଲା ଇସ୍ରୋ, ୨୦୨୪ରେ ଗଗନୟାନ ମିଶନ…

ଶ୍ରୀହରିକୋଟା,୯।୨ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନୌସେନା ସହିତ ଏହାର ଗଗନୟାନ ମିଶନର ଏକ ଅଂଶ ଭାବରେ ୱାଟର ସର୍ଭାଇଭାଲ ଟେଷ୍ଟ ସୁବିଧାର କ୍ରୁ ମଡ୍ୟୁଲ ପୁନରୁଦ୍ଧାର ମଡେଲର ପ୍ରାରମ୍ଭିକ ପରୀକ୍ଷା ସମାପ୍ତ କରିଛି। ମହାକାଶ ଏଜେନ୍ସି କହିଛି ଯେ ଏହି ପରୀକ୍ଷା ଗଗନୟାନ ମିଶନ ପାଇଁ କ୍ରୁ ମଡ୍ୟୁଲ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତିର ଏକ ଅଂଶ, ଯାହା ଭାରତୀୟ ଜଳରେ କରାଯିବ।

ଗଗନୟାନ ମିଶନର ସମ୍ପୂର୍ଣ୍ଣ ପୁନରୁଦ୍ଧାର କାର୍ଯ୍ୟ ଭାରତୀୟ ନୌସେନା ଦ୍ୱାରା ପରିଚାଳିତ ହେଉଛି। ଇସ୍ରୋ ସୂଚନା ଦେଇଛି, ଗଗନୟାନ ମିଶନ ଅଧୀନରେ ତିନି ଦିନିଆ ମିଶନ ପାଇଁ ୪୦୦ କିଲୋମିଟର କକ୍ଷପଥରେ ମିଶନ ଆରମ୍ଭ ହେବ ଏବଂ ଚାଳକ ଦଳଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ। ସେମାନଙ୍କୁ ଭାରତୀୟ ଜଳରେ ଅବତରଣ କରାଯିବ। ସ୍ପେସ ଏଜେନ୍ସିର ବିବୃତ୍ତିରେ କୁହାଯାଇଛି ଯେ କ୍ରୁଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ହେଉଛି ଯେକୌଣସି ସଫଳ ମାନବ ମହାକାଶ ଉଡ଼ାଣର ଶେଷ ପଦକ୍ଷେପ। ୱାଟର ସର୍ଭାଇଭାଲ ଟଷ୍ଟ ସୁବିଧା ହେଉଛି ଭାରତୀୟ ନୌସେନାର ଏକ ଅତ୍ୟାଧୁନିକ ସୁବିଧା ଯାହା ବିଭିନ୍ନ ଅବସ୍ଥାରେ ତଥା ଦୁର୍ଘଟଣାଗ୍ରସ୍ତ ସ୍ଥିତିରେ ବିମାନରୁ ବଞ୍ଚିବା ପାଇଁ ଏୟାରକ୍ରାଫକୁ ତାଲିମ ପ୍ରଦାନ କରିଥାଏ।

Share