Categories: ଫୁରସତ

ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଇସ୍ରୋର ସ୍ମାର୍ଟ ଲିମ୍ବ୍‌

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଲିମ୍ବ (ଗୋଡ଼, ହାତ) ତିଆରି କରିଛି। ସ୍ମାର୍ଟ ତଥା ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଗୋଡ଼, ହାତ ସାହାଯ୍ୟରେ ଅଙ୍ଗ ହରାଇଥିବା ବ୍ୟକ୍ତି ଅତି ସହଜରେ ଚାଲିପାରିବେ ଓ ଅନ୍ୟ କାମ ମଧ୍ୟ କରିପାରିବେ। ତେବେ ସ୍ପେସ୍‌ ଟେକ୍ନୋଲୋଜିକୁ ବ୍ୟବହାର କରି ଏହି ସ୍ମାର୍ଟ ଲିମ୍ବ ତିଆରି କରାଯାଇଛି। ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବାକୁ ଥିବାବେଳେ ଏହାର ମୂଲ୍ୟ ମଧ୍ୟ କମ୍‌ ରହିବ ବୋଲି କୁହାଯାଉଛି।
ସ୍ମାର୍ଟ ଲିମ୍ବର ନାମ ମାଇକ୍ରୋ ପ୍ରୋସେସର କଣ୍ଟ୍ରୋଲ୍ଡ ନିଜ୍‌ (ଏମ୍‌ପିକେଏସ୍‌) ରଖାଯାଇଛି। ମାଇକ୍ରୋପ୍ରୋସେସରର୍‌ ଥିବା ଏହି ସ୍ମାର୍ଟ ଲିମ୍ବ ପ୍ରକୃତିକ ଗୋଡ଼ ଅନୁସାରେ ବହୁତ ଆଡଭାନ୍ସ। ଅର୍ଥାତ୍‌ ସ୍ମାର୍ଟ ଲିମ୍ବ ଜରିଆରେ ଅଙ୍ଗ ହରାଇଥିବା ବ୍ୟକ୍ତି ସେ ସବୁ କାମ କରିପାରିବେ, ଯାହା କରିବା ଅସମ୍ଭବ ଥିଲା। ଏହାର ଓଜନ ୧.୬ କେ.ଜି ରହିଛି। ଏ ନେଇ ବିଶେଷଜ୍ଞଙ୍କ ସ୍ବଳ୍ପ ତର୍ଜମା ବାକି ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଦିବ୍ୟାଙ୍ଗ ତଥା ଅଙ୍ଗ ହରାଇଥିବା ବ୍ୟକ୍ତି ଏହି ଉନ୍ନତମାନର ଲିମ୍ବ ଜରିଆରେ ଅତି କମ୍‌ ସପୋର୍ଟରେ ଏକାଥରକେ ୧୦୦ ମିଟର ଚାଲହେବ। ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର ଲୋକମୋଟର ଡିଜାବିଲିଟିଜ୍‌, ପିଟି. ଦୀନଦୟାଲ ଉପାଧ୍ୟାୟ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଏବଂ ଆର୍ଟିଫିସିଆଲ ଲିମ୍ବ ମାନୁଫାକ୍ଚରିଙ୍ଗ୍‌ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି ସ୍ମାର୍ଟ ଲିମ୍ବ ତିଆରି କରାଯାଇଛି।
ମାଇକ୍ରୋ ପ୍ରୋସେସର ହାଇଡ୍ରାଉଲିକ୍‌ ଡାମ୍ପର,ଲୋଡ୍‌ ଆଣ୍ଡ ନି ଆଙ୍ଗେଲ୍‌ ସେନ୍‌ଶର, କମ୍ପୋଜିଟ୍‌ ନି କେସ୍‌, ଲି- ଆଇଅନ ବ୍ୟାଟେରି, ଇଲେକ୍ଟ୍ରିକାଲ ହାରନେଶ୍‌ ଏବଂ ଇଣ୍ଟରଫେସ୍‌ ଏଲିମେଣ୍ଟ ବ୍ୟବହାର କରି ଏହି ସ୍ମାର୍ଟ ଲିମ୍ବକୁ ତିଆରି କରାଯାଇଛି। ସଫ୍ଟଓ୍ବେର ଜରିଆରେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଆବଶ୍ୟକତା ଅନୁସାରେ ସେଟିଙ୍ଗ୍‌ କରିପାରିବେ । ଏହି ସ୍ମାର୍ଟ ଲିମ୍ବର ବଜାର ମୂଲ୍ୟ ୪ରୁ ୫ ଲକ୍ଷ ରହିବ। ବର୍ତ୍ତମାନ ସମୟରେ ଅଙ୍ଗ ହରାଇଥିବା ଅବା ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁ ପ୍ରୋସ୍ଥେଟିକ୍‌ ଲିମ୍ବ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ୧୦ରୁ ୬୦ ଲକ୍ଷ ଟଙ୍କା ରହିଛି।

Share