Categories: ଜାତୀୟ

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍‌ କଲା ଏକ୍ସପୋ ସାଟେଲାଇଟ୍‌

ଶ୍ରୀହରିକୋଟା,୧ା୧: ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଛି ଇସ୍ରୋ। ସୋମବାର ସକାଳ ୯.୧୦ରେ ପିଏସ୍‌ଏଲ୍‌ଭି-ସି୫୮ / ଏକ୍ସପୋ/ସାଟେଲାଇଟ୍‌ ଲଞ୍ଚ କରିଛି। ଏହା ଦ୍ୱାରା ସ୍ପେସ୍‌ ଏବଂ ବ୍ଲାକ୍‌ ହୋଲ୍‌ର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ ବର୍ଷ ରହିବ।

ଚେନ୍ନାଇଠାରୁ ପ୍ରାୟ ୧୩୫ କିଲୋମିଟର ପୂର୍ବରେ ଅବସ୍ଥିତ ସ୍ପେସ୍‌ ସେଣ୍ଟରରୁ ନୂଆବର୍ଷର ପ୍ରଥମ ଦିନରେ ଆଜି ସକାଳେ ଏହି ସାଟେଲାଇଟ୍‌ ଲଞ୍ଚ୍‌ କରାଯାଇଛି। ପୋଲାର ସାଟେଲାଇଟ୍‌ ଲଞ୍ଚ ଯାନ (PSLV-C58) ରକେଟ ଏହାର ୬୦ତମ ମିଶନରେ ଅନ୍ୟ ୧୦ଟି ସାଟେଲାଇଟ୍‌ ବା ଉପଗ୍ରହ ସହିତ ମୁଖ୍ୟ ପେଲୋଡ ‘ଏକ୍ସପୋସ୍ୟାଟ୍‌’ ବହନ କରିଥିଲା। ଯାହା ପୃଥିବୀର ନିମ୍ନ କକ୍ଷପଥରେ ରଖାଯିବ।

‘ଏକ୍ସ-ରେ ପୋଲରିମିଟର ସାଟେଲାଇଟ୍‌’ (XPoSAT) ଏକ୍ସରେ ଉତ୍ସଗୁଡ଼ିକର ରହସ୍ୟ ଉନ୍ମୋଚନ ଏବଂ ବ୍ଲାକ୍‌ ସ୍ପଟ୍‌ର ରହସ୍ୟମୟ ଦୁନିଆକୁ ଅଧ୍ୟୟନରେ ସାହାଯ୍ୟ କରିବ। ଇସ୍ରୋର ସୂଚନା ଅନୁଯାୟୀ, ସ୍ପେସ୍‌ ଆଧାରିତ ପୋଲାରାଇଜେଶନ ମାପରେ ଜ୍ୟୋତିର୍ବିଜ୍ଞାନ ଉତ୍ସରୁ ଏକ୍ସ-ରେ ନିର୍ଗମନ ଅଧ୍ୟୟନ କରିବା ହେଉଛି ସ୍ପେସ୍‌ ଏଜେନ୍ସିର ପ୍ରଥମ ଉତ୍ସର୍ଗୀକୃତ ବୈଜ୍ଞାନିକ ସାଟେଲାଇଟ୍‌।

Share