Categories: ଜାତୀୟ

ଇସ୍ରୋର ହେବନାହିଁ ଘରୋଇକରଣ: ଏସ୍ ସୋମନାଥ

ଥିରୁଭାନନ୍ତପୁରମ(କେରଳ),୧୩ ।୧: ଭାରତୀୟ ମହାକାଶ ଓ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମୁଖ୍ୟ ଭାବେ ରକେଟ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତି ମିଳିଛି । ଏସ୍ ସୋମନାଥଙ୍କର ଏଝଖଠ ଗଳ-ଓଓଓ ଲଞ୍ଚର ବିକାଶରେ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ସେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କେ ଶିବନଙ୍କ ସ୍ଥାନ ନେବେ । ଶୁକ୍ରବାର କେ ଶିବନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏସ୍ ସୋମନାଥ ଏବେ ବିକ୍ରମ ସରାଭାଇ ସ୍ପେଶ ସେଣ୍ଟରର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ଇସ୍ରୋର ମୁଖ୍ୟ ଭାବେ ନିଯୁକ୍ତ ହେବା ପରେ ବୈଜ୍ଞାନିକ ଏସ୍ ସୋମନାଥ କହିଛନ୍ତି, ଭାରତୀୟ ମହାକାଶ କ୍ଷେତ୍ରର ବିକାଶ ଆବଶ୍ୟକ । ଆଗାମୀ ପିଢିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହାକାଶ କାର୍ଯ୍ୟକ୍ରମରେ ପରିବର୍ତ୍ତନର ବି ଆବଶ୍ୟକତା ରହିଛି । ଏବେକାର ମହାକାଶ ବେଜେଟକୁ ବୃଦ୍ଧି କରିବାର ଆବଶ୍ୟକତା ଥିବା ସେ କହିଛନ୍ତି । ତେବେ କେବଳ ସରକାରୀ ଧନରେ ନୁହେଁ ଯେଉଁଭଳି ଭାବେ ଦୂରସଂଚାର ଓ ବିମାନ ଯାତ୍ରା କ୍ଷେତ୍ରରେ ପରିବର୍ତ୍ତନ କରାଗଲା ସେହିଭଳି ପରିବର୍ତ୍ତନ ମହାକାଶ କ୍ଷେତ୍ରରେ ବି ହେବା ଆବଶ୍ୟକ ବୋଲି ଏସ୍ ସୋମନାଥ କହିଛନ୍ତି । ହେଲେ ଏହାର ଅର୍ଥ ନୁହେଁ ଯେ ଏହାକୁ ଘରୋଇ କରଣ କରାଯାଉଛି ।

Share