Categories: ଜାତୀୟ

ଅଗଷ୍ଟରେ ଲଞ୍ଚ ହେବ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ ମିଶନ’

ନୂଆଦିଲ୍ଲୀ,୨୩।୬: ଅଗଷ୍ଟରେ ଲଞ୍ଚ ହେବ ଗଗନଯାନ ମିଶନ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଅଗଷ୍ଟ ଶେଷରେ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ଲଞ୍ଚ ହେବ। ଏଥିସହ ଆସନ୍ତା ବର୍ଷ ମାନବବିହୀନ ମିଶନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀର କାର୍ଯ୍ୟକ୍ରମରେ ସୋମନାଥ କହିଛନ୍ତି, ଗଗନଯାନ ମିଶନ ପାଇଁ ଆମେ ଏକ ନୂଆ ରକେଟ ତିଆରି କରିଛୁ ଯାହା ଶ୍ରୀହାରିକୋଟା ଠାରେ ପ୍ରସ୍ତୁତ ହେଉଛି। କ୍ରୁ ମଡ୍ୟୁଲ ଏବଂ କ୍ରୁ ଏସ୍କେପ ସିଷ୍ଟମର ଏକକୀକରଣ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପର ଏକ ଅଂଶ ଭାବରେ ମାନବବିହୀନ ମିଶନ ଆସନ୍ତା ବର୍ଷ ଆରମ୍ଭରେ ଅନୁଷ୍ଠିତ ହେବ। ୨୦୨୪ ପ୍ରାରମ୍ଭ ସୁଦ୍ଧା, ଆମର କକ୍ଷପଥରେ ଏକ ମାନବବିହୀନ ମିଶନ ହେବ। ଏବଂ ଏହାକୁ ନିରାପଦରେ ଫେରାଇ ଆଣିବା ଆମର ତୃତୀୟ ମିଶନ ହେବ। ବର୍ତ୍ତମାନ ଆମେ ଏହି ତିନୋଟି ମିଶନ ସ୍ଥିର କରିଛୁ।

Share