କରୋନା ଲଢ଼େଇରେ ଅଣ୍ଟା ଭିଡ଼ିଲା ଇସ୍ରୋ: ତିଆରି କଲା ସ୍ବଦେଶୀ ଅକ୍ସିଜେନ୍‌ କନସେନଟ୍ରେଟର..

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଇସ୍ରୋ କରୋନା ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛି। ଇସ୍ରୋ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ଅକ୍ସିଜେନ୍‌ କନସେନଟ୍ରେଟର ତିଆରି କରିଛି। ଇସ୍ରୋର ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର ପକ୍ଷରୁ ଶ୍ୱାସ୍‌ ନାମକ ମେଡ଼ିକାଲ ଅକ୍ସିଜେନ୍‌ କନସେନଟ୍ରେଟର ତିଆରି କରାଯାଇଛି। ଏହା ୯୫ ପ୍ରତିଶତରୁ ଅଧିକ ବିଶୁଦ୍ଧ ଅକ୍ସିଜେନ୍‌ ଯୋଗାଇ ପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଅକ୍ସିଜେନ୍‌ କନସେନଟ୍ରେଟର ପ୍ରେସର ଓ୍ବିଙ୍ଗ୍‌ ଅବଶୋଷଣ ପଦ୍ଧତିରେ ବାୟୁମଣ୍ଡଳରୁ ନାଇଟ୍ରୋଜେନ୍‌ ଗ୍ୟାସ୍‌ ଅଲଗା କରି ଅକ୍ସିଜେନ୍‌ ସଂଗ୍ରହ କରିବ। ଏହା ୧ ମିନିଟରେ ୧୦ ଲିଟର ଅକ୍ସିଜେନ ପ୍ରସ୍ତୁତ କରିପାରିବ। ଏକାସାଙ୍ଗରେ ଦୁଇଜଣ ବ୍ୟକ୍ତି ଏହାକୁ ବ୍ୟବହାର କରିପାରିବେ ବୋଲି ଇସ୍ରୋ କହିଛି। ଏହାର ଓଜନ ୪୪ କିଲୋଗ୍ରାମ୍‌ ରହିଛି। ସେହିପରି ଏହାର ପାଓ୍ବାର ୬୦୦ ଓ୍ବାଟ୍‌।

 

Share