ମାଲକାନଗିରିରୁ ଇସ୍ରୋ ବୈଜ୍ଞାନିକ

ମାଲକାନଗିରି,୨୭ା୮(ନୃସିଂହ ଚରଣ ମହାନ୍ତି)-ମାଲକାନଗିରି ଜିଲା ପୋଟେରୁର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲ୍‌ଦାର କେରଳ ଥିରୁଭାନନ୍ତପୁରମ୍‌ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର ମେକାନିଜମ୍‌ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଚନ୍ଦ୍ରୟାନ- ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବରିଷ୍ଠ ମେକାନିକ୍‌ ବୈଜ୍ଞାନିକ ଭାବେ ଯୋଗଦେଇ ଚନ୍ଦ୍ରୟାନ-୩ ପ୍ରକଳ୍ପର ରକେଟ ପେଲୋଡ୍‌ ଫେରିଙ୍ଗ ଡିଭିଜନର ଦାୟିତ୍ୱରେ ଥିଲେ ଜୟନ୍ତ ଓ ତାଙ୍କ ଟିମ୍‌। ମାଲକାନଗିରି ଜିଲାରେ ତାଙ୍କ ବାପା ସ୍ବର୍ଗତ ଜୟଦେବ ହାଲ୍‌ଦାର ଶିକ୍ଷକତା କରୁଥିଲେ । ଜୟନ୍ତ ପୋଟେରୁ ସରକାରୀ ବିଦ୍ୟାଳୟରେ ପଞ୍ଚମ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ଷଷ୍ଠରୁ କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟରେ ପାଠପଢି ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁଟ୍‌ ଅଫ୍‌ ସ୍ପେସ୍‌ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜି(ଆଇଆଇଏସ୍‌ଟି) ଅନୁଷ୍ଠାନରେ ବିଟେକ ଏରୋସ୍ପେସ୍‌ ଇଞ୍ଜିିନିୟରିଂ କରିବା ଲାଗି ସୁଯୋଗ ପାଇଥିଲେ। ୨୦୧୨ରେ ଏରୋସ୍ପେସ୍‌ ଇଞ୍ଜିିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ। ପ୍ରଥମେ ୨୦୧୨ରୁ ୨୦୧୮ ଯାଏ ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ର କ୍ରାୟୋଜେନିକ ପ୍ରୋପେଲର ବିଭାଗରେ କାମ କରୁଥିଲେ।

Share