Categories: ଜାତୀୟ

ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ବେଙ୍ଗାଲୁରୁ,୨୯ା୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌ ଅଫ୍‌ ଅନର ପ୍ରଦାନ କରାଯାଇଛି। ୨୦୧୮ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ମହାକାଶ ସହଯୋଗ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାନଜକ ସମ୍ମାନ ଦିଆଯାଇଛି। ଫ୍ରାନ୍ସ ସରକାରଙ୍କ ତରଫରୁ ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରି ମାଥୋଉ ବୈଜ୍ଞାନିକ ଲଲିଥାମ୍ବିକାଙ୍କୁ ମଙ୍ଗଳବାର ବେଙ୍ଗାଲୁରୁରେ ସମ୍ବର୍ଦ୍ଧିତ କରିଥିଲେ। ୧୮୦୨ରେ ଫରାସୀ ସମ୍ରାଟ ନେପୋଲିଅନ୍‌ ବୋନାପାର୍ଟ ଦି ଲେଜିଅନ୍‌ ଅଫ୍‌ ଅନର ପ୍ରତିଷ୍ଠା କରିଥିଲେ।

Share