Categories: ଜାତୀୟ

ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌, ରୋଭର

ନୂଆଦିଲ୍ଲୀ,୨୧।୯: ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ ବୈଜ୍ଞାନିକମାନେ କହିଛନ୍ତି , ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌ ଏବଂ ରୋଭର ସେପ୍ଟେମ୍ବର ୨୩ରେ ପୁନର୍ବାର ସକ୍ରିୟ ହୋଇପାରେ। ଯଦି ଏହା ଘଟେ, ତେବେ ଚନ୍ଦ୍ରୟାନର ରୋଭର ଚନ୍ଦ୍ର ପୃଷ୍ଠରେ ଅଧିକ ପରୀକ୍ଷାମୂଳକ ତଥ୍ୟ ଇସ୍ରୋକୁ ପଠାଇପାରେ।

ଇସ୍ରୋର ସ୍ପେସ ଆପ୍ଲିକେଶନ କେନ୍ଦ୍ର ନିର୍ଦ୍ଦେଶକ ନୀଳେଶ ଦେଶାଇ କହିଛନ୍ତି ଯେ ଗତ ସେପ୍ଟେମ୍ବର ୩ରେ ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡ୍‌ର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ସ୍ଲିପ୍‌ ମୋଡରେ ରହିଥିଲେ। ନୀଳେଶ ଦେଶାଇ କହିଛନ୍ତି , ଲ୍ୟାଣ୍ଡର୍‌ ଏବଂ ରୋଭରରେ ସୌର ପ୍ୟାନେଲ ଲଗାଯାଇଛି ଏବଂ ଚନ୍ଦ୍ରର ଦକ୍ଷିଣ ପୋଲରେ ଦିନ ଆସିବା ପରେ ସେଗୁଡିକ ରିଚାର୍ଜ ହୋଇପାରିବ।ଆମର ଯୋଜନା ଅନୁଯାୟୀ ସେପ୍ଟେମ୍ବର ୨୩ରେ ଲ୍ୟାଣ୍ଡର୍‌ ବିକ୍ରମ ଏବଂ ରୋଭର ପୁନର୍ବାର ସକ୍ରିୟ ହୋଇପାରେ।

Share