Categories: ଜାତୀୟ

ସିଙ୍ଗାପୁରର ୭ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ

ବେଙ୍ଗାଲୁରୁ,୨୫।୭: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଜୁଲାଇ ୩୦ରେ ସିଙ୍ଗାପୁରର ୭ ସାଟେଲାଇଟ୍‌ ଲଞ୍ଚ କରିବ। ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଦ୍ୱାରା ବିକଶିତ ସାଟେଲାଇଟ୍‌ରେ ସିନ୍‌ଥେଟିକ୍‌ ଆପରାରଚର ରାଡାର (ଏସ୍‌ଏଆର୍‌) ପେଲୋଡ୍‌ ଖଞ୍ଜାଯାଇଛି, ଯାହା ଯେ କୌଣସି ପାଣିପାଗରେ ଫଟୋ ଉତ୍ତୋଳନ କରିବାକୁ ସକ୍ଷମ। ଭାରତୀୟ ରକେଟ୍‌ ପିଏସ୍‌ଏଲ୍‌ଭି-ସି୫୬ ଜରିଆରେ ସିଙ୍ଗାପୁରର ଡିଏସ୍‌-ଏସ୍‌ଏଆର୍‌ ସାଟେଲାଇଟ୍‌ ସହିତ ଆଉ ୬ଟି ସାଟେଲାଇଟ୍‌ ପଠାଯିବ। ରବିବାର ସକାଳ ୬ଟା ୩୦ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋ ଓ ସିଙ୍ଗାପୁରର ପ୍ରତିରକ୍ଷା ବିଜ୍ଞାନ ପ୍ରଯୁକ୍ତି ଏଜେନ୍ସି (ଡିଏସ୍‌ଟିଏ)ର ମିଳିତ ଉଦ୍ୟମରେ ଏହି ସାଟେଲାଇଟ୍‌ ନିର୍ମାଣ କରାଯାଇଛି। ଅନ୍ୟପକ୍ଷେ ଏହା ଏକ କମର୍ସିଆଲ୍‌ ମିଶନ ବୋଲି ଇସ୍ରୋ ମୁଖ୍ୟ ସୋମନାଥ ଏସ୍‌. କହିଛନ୍ତି।

Share