ନୂଆଦିଲ୍ଲୀ,୩୧ା୧୨: ନିଉଟ୍ରନ୍ ଷ୍ଟାର ଏବଂ ବ୍ଲାକ୍ ହୋଲ୍ ଉପରେ ଅଧ୍ୟୟନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷ ଦିନ ସ୍ବତନ୍ତ୍ର ଅବ୍ଜରଭେଟୋରୀ ପଠାଇବାକୁ ଯାଉଥିବାବେଳେ ମହାକାଶକୁ ପିଓଇଏମ୍ ପଠାଇବାକୁ ଯୋଜନା କରିଛି। ପିଏସ୍ଏଲ୍ଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ୟୁଲ୍ (ପିଓଇଏମ୍) ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ର ଚତୁର୍ଥ ପର୍ଯ୍ୟାୟ ହେବ। ଏଥିରେ ପ୍ରାଥମିକ ପେ’ଲୋଡ୍ ଭାବେ ଏକ୍ସପୋସାଟ୍ (ଏକ୍ସ-ରେ ପୋଲାରାଇମିଟର ସାଟେଲାଇଟ୍) ରହିବ। ପିଓଇଏମ୍ ୧୦ଟି ଅଧ୍ୟୟନ କରିବ। ପିଓଇଏମ୍ ହେଉଛି କମ୍ ଖର୍ଚ୍ଚରେ ମାନବବିହୀନ ଭାରତୀୟ ମହାକାଶ ଷ୍ଟେଶନ। ମହାକାଶରେ ଇସ୍ରୋ ବର୍ଜ୍ୟରୁ ସମ୍ପଦ ସୃଷ୍ଟି କରୁଥିବା ଏହାର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ସେ କହିଛନ୍ତି, ପୂର୍ବ ମିଶନଗୁଡ଼ିକରେ ପିଏସ୍ଏଲଭିର ଚତୁର୍ଥ ପର୍ଯ୍ୟାୟକୁ ମହାକାଶରେ ଜଳିଯିବାକୁ ଛାଡ଼ିଦିଆଯାଉଥିଲା, ଯାହା ମହାକାଶ ବର୍ଜ୍ୟ ସୃଷ୍ଟି କରୁଥିଲା। ଏହାକୁ ଏବେ ସମ୍ବଳ ଭାବେ ବ୍ୟବହାର କରାଯିବ। ଏଥିପାଇଁ ଉଚ୍ଚମାନର ପରୀକ୍ଷା ନିରୀକ୍ଷା ଜାରି ରହିଛି।