ସ୍ପେସ ରେସ୍‌ରେ ଚାଇନା, ଇସ୍ରୋ ପୂର୍ବରୁ ଲଞ୍ଚ କରିବ ରକେଟ୍‌

ବେଜିଂ,୨୩।୧୧: ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା। ତେବେ ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇଥିବା ପ୍ରଥମ ମହାକାଶ ଯାନ।
ଇସ୍ରୋ ଏବେ ଚନ୍ଦ୍ରରୁ ସାମ୍ପଲ ଆଣିବା ପ୍ରସ୍ତୁତି କରୁଛି। ଆମେରିକାର ମହାକାଶ ଏଜେନ୍ସି ନାସା ସହିତ ମିଶି ଇସ୍ରୋ ଏହିବର୍ଷ ଚନ୍ଦ୍ରାୟାନ-୪ ଲଞ୍ଚ କରିବାକୁ ଯାଉଛି। ଏଥିରେ ମଧ୍ୟ ଯାନ ଦକ୍ଷିଣ ମେରୁରେ ଓହ୍ଲାଇବ। ଚନ୍ଦ୍ରରୁ ସାମ୍ପଲ ଆଣିବା ବ୍ୟତୀତ ଏହି ଯାନ ଚନ୍ଦ୍ରୟାନ-୩ ର ସବିଶେଷ ତଥ୍ୟ ନେବ।
ସୂଚନା ମିଳିଛି କି, ଚାଇନା ଇସ୍ରୋ ପୂର୍ବରୁ ଏଭଳି କରିବାକୁ ଯାଉଛି। ଆଉ ଏହି ମିଶନରେ ପାକିସ୍ତାନର ତା’ର ସାହାଯ୍ୟ କରୁଛି। ଚନ୍ଦ୍ରର ନମୁନାକୁ ଏକାଠି କରି ପୁଣିଥରେ ଚନ୍ଦ୍ରମିଶନ ଆରମ୍ଭ କରି ଆସନ୍ତା ବର୍ଷ ଚନ୍ଦ୍ର ମିଶନ ପାଇଁ ପ୍ରସ୍ତୁତ ରହିଛି। ଚାଇନା ମଧ୍ୟ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନକୁ ଲ୍ୟାଣ୍ଡ କରିବ। ଏହି ମିଶନର ନାଁ କୁଚାଙ୍ଗଇ-୬ ଦିଆଯାଇଛି।

Share