Advertisement

ଆର୍‌ଏଲ୍‌ଭି ଲ୍ୟାଣ୍ଡିଂରେ ଇସ୍ରୋର ହାଟ୍ରିକ୍‌ ସଫଳତା

ନୂଆଦିଲ୍ଲୀ,୨୩ା୬:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ପୁନଃ ଉତ୍‌କ୍ଷେପଣଯୋଗ୍ୟ ଯାନ (ଆର୍‌ଏଲ୍‌ଭି)କୁ ରବିବାର କ୍ରମାଗତ ତୃତୀୟ ଥର ପାଇଁ ନିରାପଦର ସହ ଅବତରଣ କରାଇ ହ୍ୟାଟ୍ରିକ୍‌ ସଫଳତା ହାସଲ କରିଛି। କୌଣସି ମହାକାଶ ସଂସ୍ଥା ପାଇଁ ଏହା ଏକ ବିରଳ ସଫଳତା। କର୍ନାଟକର ଚିତ୍ରଦୁର୍ଗଠାରେ ଥିବା ଏରୋନଟିକାଲ ଟେଷ୍ଟ ରେଞ୍‌ (ଏଟିଆର୍‌)ଠାରେ ସକାଳ ୭ଟା ୧୦ ମିନିଟ୍‌ ସମୟରେ ଏଲ୍‌ଇଏକ୍ସ(୦୩) ସିରିଜ୍‌ର ତୃତୀୟ ତଥା ଚୂଡ଼ାନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆର୍‌ଏଲ୍‌ଭି ପୁଷ୍ପକ ତୃତୀୟ ଥର ପାଇଁ ନିରାପଦର ସହ ଅବତରର କରି ହ୍ୟାଟ୍ରିକ ସଫଳତା ହାସଲ କରିଥିବା ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି। ଫଳରେ ମହାକାଶର କକ୍ଷପଥ ପାଇଁ ପରୀକ୍ଷା ନିମନ୍ତେ ପୁଷ୍କକ ଏବେ ପ୍ରସ୍ତୁତ। ଏକ ରକେଟ ସହାୟତାରେ ଏହା ମହାକାଶକୁ ଯାଇ ସେଠାରୁ ସଫଳତାର ସହ ପୃଥିବୀରେ ଅବତରଣ କରିବ। ମହାକାଶ ଅଭିଯାନ ଖର୍ଚ୍ଚ କମାଇବାରେ ଏହା ବାସ୍ତବରେ ଗେମ୍‌ ଚେଞ୍ଜର ହେବ। ଏକବିଂଶ ଶତାବ୍ଦୀରେ ସ୍ବଦେଶୀ ଜ୍ଞାନକୌଶଳରେ ଇସ୍ରୋର ଏହି ଅନନ୍ୟ ଆତ୍ମନିର୍ଭର ଉଦ୍ୟମ ପୁନଃବ୍ୟବହାରଯୋଗ୍ୟ ରକେଟକୁ କାର୍ଯ୍ୟକ୍ଷମ କରାଇବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share