Posted inଜାତୀୟ

ଇସ୍ରୋର ସୌର ମିଶନ: ସୂର୍ଯ୍ୟପରାଗ ହେଲେ ବି ଅଧ୍ୟୟନ ଜାରି ରଖିବ ଆଦିତ୍ୟ ଏଲ-୧

  • ବେଙ୍ଗାଲୁରୁ,୧।୯: ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଶନିବାର ୧୧ଟା୫୦ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରିବ। ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୫କୋଟି କିଲୋମିଟର। ମିଶନ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ। ଏହା ଲାଗ୍ରେଞ୍ଜ ପଏଣ୍ଟରେ ରହି ୫ବର୍ଷ ଯାଏଁ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ।

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ଚନ୍ଦ୍ରଠାରୁ ଚାରି ଗୁଣ ଅଧିକ। ସୂର୍ଯ୍ୟର ଆକାର ପୃଥିବୀ ଠାରୁ କେଇ ଲକ୍ଷ ଗୁଣ ବଡ଼। ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟର ବ୍ୟାସ ପୃଥିବୀ ତୁଳନାରେ ପ୍ରାୟ ୧୦୯ଗୁଣ ଅଧିକ। ଯଦି ସରଳ ଶବ୍ଦରେ ବୁଝାଯାଏ ତେବେ ୧୩ ଲକ୍ଷରୁ ଅଧିକ ପୃଥିବୀ ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇଯାଇପାରେ।

ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୧ ସମୁଦାୟ ୭ଟି ପେଲୋଡ ବହନ କରିବ, ଯାହା ସୂର୍ଯ୍ୟର ଫଟୋଗ୍ରାଫି, କ୍ରୋମୋସଫର ଏବଂ ବାହ୍ୟ ସ୍ତର (କରୋନା) ବିଷୟରେ ଅଧ୍ୟୟନ କରିବ। ଆଦିତ୍ୟକୁ ସୂର୍ଯ୍ୟର ଲାଗ୍ରେଞ୍ଜ ପଏଣ୍ଟ ଚାରିପାଖ ହାଲୋ କକ୍ଷପଥରେ ଅବସ୍ଥାପିତ କରାଯିବ। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ଏପରି ଏକ ସ୍ଥାନ ଯେଉଁଠି ଏକ ଛୋଟ ପିଣ୍ଡ ମଧ୍ୟ ସ୍ଥାଣୁ ଭାବେ ରହିଯାଏ। ଏଠାରେ ଆଦିତ୍ୟ ଏଲ୧କୁ ରଖିବା ଦ୍ୱାରା ଇନ୍ଧନ ମଧ୍ୟ କମ ଖର୍ଚ୍ଚ ହେବ।

ଇସ୍ରୋ ଅନୁଯାୟୀ, ଆଦିତ୍ୟ ଏଲ-୧କୁ ଲାଗ୍ରେଞ୍ଜ ପଏଣ୍ଟ କକ୍ଷପଥରେ ରଖିବା ଦ୍ୱାରା ଏଠାରେ କିଛି ବାଧା ଉପୁଜିବି ନାହିଁ। ଏପରିକି ସୂର୍ଯ୍ୟ ଗ୍ରହଣ ହେଲେ ମଧ୍ୟ ଗବେଷଣାରେ ପ୍ରଭାବ ପଡିବ ନାହିଁ।

ମହାକାଶରେ ୫ଟି ଲାଗ୍ରେଞ୍ଜ ପଏଣ୍ଟ ଅଛି ଅର୍ଥାତ୍‌ ଦୁଇଟି ଗ୍ରହ ବା ପିଣ୍ଡ ମଧ୍ୟରେ ଦୂରତା। ଏଥିମଧ୍ୟରେ ଏଲ୧,୨,୩,୪,୫ ଅନ୍ତର୍ଭୁକ୍ତ। ଲାଗ୍ରେଞ୍ଜ ପଏଣ୍ଟ ଏଲ ୧ ସୂର୍ଯ୍ୟ ଏବଂ ପୃଥିବୀ ରେଖା ମଧ୍ୟରେ ଅବସ୍ଥିତ। ଭାରତର ସୌର ମିଶନ ଏହି ସ୍ଥାନରେ ଅବସ୍ଥାପିତ ହେବ। ଇସ୍ରୋ ଅନୁଯାୟୀ, ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ଯେତିକି ଏଲ୧ ପଏଣ୍ଟ ଠାରୁ ସୂର୍ଯ୍ୟର ଦୂରତା ମାତ୍ର ୧ଶତକଡା ରହିବ। ପୃଥିବୀ ଓ ଏଲ-୧ ମଧ୍ୟରେ ଦୂରତା ୧.୫ ନିୟୁତ କିଲୋମିଟର ହୋଇଥିବାବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫୦.୯୯ ନିୟୁତ କିଲୋମିଟର। ଏହାର ଅର୍ଥ ସୂର୍ଯ୍ୟଙ୍କ ନିକଟତର ହୋଇଥିଲେ ମଧ୍ୟ ଆଦିତ୍ୟ ଏଲ-୧ ବହୁତ ଦୂରରେ ରହିବ।

ଆଦିତ୍ୟ ଏଲ-୧ ମାଧ୍ୟମରେ, ଆମେ ଅନ୍ୟ ଗାଲାକ୍ସିର ତାରକାମାନଙ୍କ ବିଷୟରେ ଅଧିକ ତଥ୍ୟ ଜାଣିହେବ। ଏଥିସହ ଅନ୍ୟ ଗ୍ରହମାନଙ୍କର ପାଣିପାଗ ବିଷୟରେ ମଧ୍ୟ ସୂଚନା ମିଳିବ। ଏହି ମିଶନ ମାଧ୍ୟମରେ ପ୍ରାପ୍ତ ସୂଚନା ଦ୍ୱାରା ଭବିଷ୍ୟତ ମିଶନ ହେବାକୁ ଥିବା ଶୁକ୍ରାୟନ ଓ ମଙ୍ଗଳ ମିଶନ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ।

ଭାରତ ପୂର୍ବରୁ ଆମେରିକାର ସ୍ପେସ ଏଜେନ୍ସି ନାସା (ନାସା), ୟୁରୋପର ସ୍ପେସ ଏଜେନ୍ସି ଏବଂ ଜର୍ମାନୀ ପୃଥକ ଭାବରେ ଏବଂ ମିଳିତ ଭାବରେ ସୂର୍ଯ୍ୟ ଅଧ୍ୟୟନ ପାଇଁ ମିଶନ ପଠାଇଛନ୍ତି। ନାସାର ୩ ଟି ମିଶନ ସୋହା (ସୋଲାର ଏବଂ ହେଲିଓସ୍ପେରିକ ଅବଜରଭେଟୋରୀ), ପାର୍କର ସୋଲାର ପ୍ରୋବ ଏବଂ ଆଇରିସ (ଇଣ୍ଟରଫେସ ରିଜିଅନ ଇମେଜିଙ୍ଗ ସ୍ପେକ୍ଟ୍ରୋଗ୍ରାଫ) ବହୁତ ଲୋକପ୍ରିୟ। ନାସାରଏହି ୩ଟି ମିଶନ ମଧ୍ୟରୁ ପାର୍କର ସୋଲାର ପ୍ରୋବ ମିଶନ ସୂର୍ଯ୍ୟର ସବୁଠାରୁ ନିକଟକୁ ପହଞ୍ଚି ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri