Categories: ଜାତୀୟ

ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ: ବଢିବ ଟିଭି, ମୋବାଇଲ ସିଗ୍‌ନାଲ

ହାଇଦ୍ରାବାଦ,୧୭ ।୧୨: ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନର ସିଗନାଲ ବୃଦ୍ଧି କରିବାକୁ କମ୍ୟୁନିକେଶନ ସାଟେଲାଇଟ ସିଏମ୍‌ଏସ୍‌-୦୧କୁ ପିଏସ୍‌ଏଲ୍‌ଭି ସି୫୦ ରକେଟରୁ ଲଞ୍ଚ କରାଯାଇଛି । ଗୁରୁବାର ଦ୍ୱିପ୍ରହରରେ ଏହି ସାଟେଲାଇଟକୁ ଚେନ୍ନାଇଠାରୁ ୧୨୦ କିଲୋମିଟର ଦୂର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତ୍‌କ୍ଷେପଣ କରାଯାଇଛି । ସିଏମ୍‌ଏସ୍‌-୦୧କୁ ପୃଥିବ କକ୍ଷର ସବୁଠାରୁ ଉଚ୍ଚ ବା ୪୨,୧୬୪ କିଲୋମିଟର ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ସ୍ଥାପନ କରାଯିବ । ଏହାର କାର୍ଯ୍ୟ କରିବାର ସମୟ ସୀମା ୭ ବର୍ଷ ରହିଥିବା ସୂଚନା ମିଳିଛି ।

Share