ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି। ଭାରତରେ ଏକ କଡ଼ା ଆଇନ ଥିବା ସତ୍ତ୍ୱେ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକା ଯାଇପାରୁନାହିଁ। ୟୁଏନ୍‌ ପ୍ରୋଗ୍ରାମ୍‌ ଅଫ୍‌ ଆକ୍ସନରେ ଏସମ୍ପର୍କିତ କାର୍ଯ୍ୟାନ୍ବୟନ ପାଇଁ ଅଧିକ ପ୍ରଭାବଶାଳୀ ପ୍ରୟାସର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରାଯାଇଛି।

ସୀମା ପାର୍‌ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଶୀର୍ଷକ ଏକ କାର୍ଯ୍ୟକ୍ରମର ଅଷ୍ଟମ ଦ୍ୱିପାକ୍ଷିକ ବୈଠକରେ ଭାଷଣ ଦେଇ ନିରସ୍ତ୍ରୀକରଣ ତଥା ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସନ୍ଦୀପ ଆର୍ଯ୍ୟ ଏହା କହିଛନ୍ତି।

ସେ କହିଛନ୍ତି ଯେ ଭାରତରେ କାରବାରକୁ ରୋକିବା, ମୁକାବିଲା କରିବା ଏବଂ ବିଲୋପ କରିବା ପାଇଁ ସମ୍ପୂର୍ଣ୍ଣ ତଥା ପ୍ରଭାବଶାଳୀ ଆଇନ ଥିଲେ ମଧ୍ୟ ଏହି କାରବାରକୁ ରୋକା ଯାଇପାରୁନାହିଁ। ଓ୍ବେଷ୍ଟ ବ୍ୟାଙ୍କ, ଜେରୁଜେଲମ ଏବଂ ଗାଜାରେ ହୋଇଥିବା ସଦ୍ୟତମ ମାମଲା ଉପରେ ଜାତିସଂଘରେ ଉଦ୍‌ବେଗ ପ୍ରକାଶ ପାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାଲେଷ୍ଟାଇନର ପ୍ରଶ୍ନ ଉପରେ ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଆର ରବିନ୍ଦ୍ର କହିଛନ୍ତି ଯେ ଏସବୁ ମାସଫର ୟଟ୍ଟା ମାମଲା ଉପରେ ଭାରତ ମଧ୍ୟ ତୀକ୍ଷ୍‌ଣ ନଜର ରଖିଛି ଏବଂ ପାଲେଷ୍ଟାଇନ ପରିବାରଗୁଡିକର ଆଇନଗତ ବହିଷ୍କାରକୁ ନେଇ ଚିନ୍ତିତ। ଏଠାରେ ଉତ୍ତେଜନା ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ଓ୍ବେଷ୍ଟ ବ୍ୟାଙ୍କ, ଜେରୁଜେଲମ ଏବଂ ଗାଜାର ସ୍ଥିତି ନେଇ ଆମେ ଗଭୀର ଚିନ୍ତିତ ବୋଲି ସେ କହିଛନ୍ତି। ହିଂସାତ୍ମକ ଆକ୍ରମଣ ଏବଂ ସାଧାରଣ ନାଗରିକ ହତ୍ୟା ଯୋଗୁଁ ଅନେକ ପାଲେଷ୍ଟାଇନ ଏବଂ ଇସ୍ରାଏଲର ଲୋକଙ୍କର ମୃତ୍ୟୁ ହୋଇଛି। ଆମେ କ୍ରମାଗତ ଭାବରେ ସମସ୍ତ ହିଂସା କାର୍ଯ୍ୟକୁ ନିନ୍ଦା କରିଛୁ ଏବଂ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମର ଆହ୍ବାନକୁ ଦୋହରାଉଛୁ ବୋଲି ସେ କହିଛନ୍ତି।

Share