ବିଧାନସଭାରେ ଉଠିଲା ହୁମ୍ମା ଲବଣ ଉତ୍ପାଦନ ପ୍ରସଙ୍ଗ

ଗଞ୍ଜାମ,୨୭।୩:(ଡି.ଏନ୍‌.ଏ.): ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନ ସଭାରେ ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଗଞ୍ଜାମ ବ୍ଲକରେ ଥିବା ହୁମ୍ମା ଲବଣ କ୍ଷେତ୍ର ସମ୍ପର୍କରେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉକ୍ତ ଲବଣ ଚାଷଜମିକୁ ରାଜ୍ୟ ସରକାରଙ୍କ ମାଲିକାନାକୁ ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସେ ପ୍ରଶ୍ନ କରିଥିଲେ।
ଉକ୍ତ ଜମିରେ ପରିଚାଳନା ପରିବର୍ତ୍ତେ ସମ୍ପୂର୍ଣ୍ଣ ମାଲିକାନା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇ ନ ଥିବା ମନ୍ତ୍ରୀ ଉତ୍ତର ରଖିଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ଲବଣ ଉତ୍ପାଦନ ଚାଷଜମିର କେବଳ ପରିଚାଳନା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୨୦୧୯ରେ ପ୍ରସ୍ତାବ ଦେଇଥିଲେ।