Categories: ଜାତୀୟ

ହାତରୁ ଯିବ କଶ୍ମୀର ପ୍ରସଙ୍ଗ: ଭକୁଆ ହେବ ପାକିସ୍ତାନ

ନୂଆଦିଲ୍ଲୀ, ୨।୯: କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସରକାର ଜାତିସଂଘ ସୁରକ୍ଷା ପରିଷଦରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାକିସ୍ତାନ ଭକୁଆ ହେବ। ସବୁଦିନ ପାଇଁ କଶ୍ମୀର ପ୍ରସଙ୍ଗ ପାକିସ୍ତାନ ହାତରୁ ଚାଲିଯିବ। ସୁରକ୍ଷା ପରିଷଦ ଏଜେଣ୍ଡାରୁ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ହଟାଇବା ଲାଗି ଭାରତ ସରକାର ଦାବି କରିଛନ୍ତି। ପରୋକ୍ଷ ଭାବେ ଏହାଦ୍ୱାରା ପାକିସ୍ତାନ କ୍ଷତିଗ୍ରସ୍ତ ହେବ। ଭାରତ ବିରୋଧରେ ପାକିସ୍ତାନ ହାତରେ କୌଣସି ଅନ୍ତର୍ଜାତୀୟ ପ୍ରସଙ୍ଗ ଆଉ ରହିବ ନାହିଁ ବୋଲି କୁହାଯାଉଛି। ଦୀର୍ଘଦିନ ଧରି ଭାରତ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗ ରହି ଆସିଛି। ଏହାର ସମାଧାନ ପାରସ୍ପରିକ ଶାନ୍ତି ଆଲୋଚନା ଦ୍ୱାରା ସମ୍ଭବ ନ ହେବାରୁ ଭାରତ ଏଭଳି ଆଭିମୁଖ୍ୟକୁ ଗୁରୁତ୍ୱ ଦେଉଛି।

Share