Categories: ଜାତୀୟ

ଇଣ୍ଡିଆକୁ ଭାରତ କରିବା ପ୍ରସଙ୍ଗ ନୁହେଁ ନୂଆ: ୨୦୧୨ରେ କଂଗ୍ରେସ ଆଗତ କରିଥିଲା ବିଲ୍‌…

ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଦ୍ୱାରା ଏହି ଆଲୋଚନାକୁ ପୁନଃଜୀବିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ସମା ଢ଼ଙ୍ଗରେ ଉପସ୍ଥାପନ କରାଯାଇଛି। ଏଥି ସହିତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଇଣ୍ଡିଆର ନାମ ଭାରତକୁ ପରିବର୍ତ୍ତନ କରାଯାଇପାରିବ ବୋଲି କଳ୍ପନାଜଳ୍ପନା ଚାଲିଛି।

ବିରୋଧୀ ସଦସ୍ୟମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କିଛି ନେତା କହିଛନ୍ତି ଶାସକ ଦଳ ଇଣ୍ଡିଆ ମିଳିତ ମଞ୍ଚ ବିଷୟରେ ଚିନ୍ତିତ। ତେବେ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ଏମପି ହରନାଥ ସିଂ ଯାଦବ କହିଛନ୍ତି ଇଣ୍ଡିଆ ପରିବର୍ତ୍ତେ ଭାରତ ଶବ୍ଦ ବ୍ୟବହାର କରିବା ଉଚିତ ବୋଲି ସମଗ୍ର ଦେଶ ଦାବି କରୁଛି। ଇଣ୍ଡିଆ ଶବ୍ଦ ହେଉଛି ବ୍ରିଟିଶମାନେ ଆମକୁ ଦେଇଥିବା ଅପମାନ। ଭାରତ ଶବ୍ଦ ଆମ ସଂସ୍କୃତିର ପ୍ରତୀକ। ମୁଁ ଚାହୁଁଛି ଆମର ସମ୍ବିଧାନ ପରିବର୍ତ୍ତନ କରାଯାଉ ଏବଂ ଏଥିରେ ଭାରତ ଶବ୍ଦ ଯୋଡାଯାଉ।

ଏହା ପୂର୍ବରୁ ୯ ଅଗଷ୍ଟ ୨୦୧୨ ରେ କଂଗ୍ରେସ ରାଜ୍ୟସଭା ସଦସ୍ୟ ଶାନ୍ତାରାମ ନାଇକ ରାଜ୍ୟସଭାରେ ଏକ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଉପସ୍ଥାପନ କରିଥିଲେ। ସେ ତିନୋଟି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ:
ପ୍ର୍‌ଥମରେ ସମ୍ବିଧାନର ପ୍ରାରମ୍ଭରେ ଇଣ୍ଡିଆ ଶବ୍ଦକୁ ଭାରତ ଶବ୍ଦରେ ବଦଳାଇବା ଉଚିତ।
ଦ୍ୱିତୀୟରେ ଇଣ୍ଡିଆ ଦ୍ୟାଟ ଇଜ ଭାରତ ବାକ୍ୟ ପାଇଁ, ଏକକ ଶବ୍ଦ ଭାରତ ରଖାଯାଉ। ତୃତୀୟରେ ସମ୍ବିଧାନରେ ଯେଉଁଠାରେ ଇଣ୍ଡିଆ ଶବ୍ଦ ରହିଛି ସେଠାରେ ଭାରତ ଶବ୍ଦ ରଖାଯିବା ଉଚିତ।

ଏହି ବିଲର କାରଣ ବିଷୟରେ କୁହାଯାଇଥିଲା ଇଣ୍ଡିଆ ଏକ ଆଞ୍ଚଳିକ ଧାରଣାକୁ ପ୍ରତିଫଳିତ କରୁଥିବାବେଳେ ଭାରତ ଅଞ୍ଚଳ ଅପେକ୍ଷା ଅଧିକ ପ୍ରତୀକ ଭାବେ ଧାରଣା ସୃଷ୍ଟି କରୁଛି। ଯେତେବେଳେ ଆମେ ଆମ ଦେଶକୁ ପ୍ରଶଂସା କରୁ ଆମେ କହିଥାଉ ଭାରତ ମାତା କି ଜୟ, ଇଣ୍ଡିଆ କି ଜୟ ନୁହେଁ । ଏହାକୁ ପରିବର୍ତ୍ତନ କରିବାର ଅନେକ କାରଣ ଅଛି । ଏହି ନାମ ଦେଶପ୍ରେମର ଭାବନା ମଧ୍ୟ ସୃଷ୍ଟି କରେ ଏବଂ ଦେଶର ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଦିଏ।

Share