ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୋପ୍ୟ ପଦକ । ସେପଟେ ଟୋକିଓ ଅଲିମ୍ପକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍ ।