କେନ୍ଦ୍ରାପଡା ଅଫିସ,୨୨।୨: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ୧୫ନଂ ବୁଥ୍ର ସରପଞ୍ଚ ଆସନ ପାଇଁ ପୁନର୍ବାର ମତଦାନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କକୁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁପାରିଶ କରାଯାଇଛି।
ସୂଚନା ଅନୁଯାୟୀ, ଉକ୍ତ ବୁଥ୍ରେ ସରପଞ୍ଚ ଆସନ ପାଇଁ ଥିବା ବାଲାଟ ପେପର ଭଙ୍ଗାକୁ ନେଇ ଭୋଟର ଅଭିଯୋଗ ଆଣିଥିଲେ। ଜିଲାପାଳ ଅମୃତ ଋତୁରାଜ ଏହି ଅଭିଯୋଗର ତଦନ୍ତ କରାଇ ପୁଣି ଥରେ ମତଦାନ ପାଇଁ ସୁପାରିଶ କରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।