Categories: ଖେଳ

ରୋହିତଙ୍କ ସ୍ଥାନରେ ଈଶ୍ୱରନ୍‌

ନୂଆଦିଲ୍ଳୀ,୯ା୧୨(ପି.ଟି.): ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେବେ ଅଭିମନ୍ୟୁ ଈଶ୍ୱରନ୍‌। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଦଳରୁ ସେ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଘାତ ହାତରେ ବ୍ୟାଟିଂ କରିଥିଲେ ହେଁ ସେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍‌ ପଡିବେ। ଭାରତ ଏ’ ଦଳର ଓପନର ତଥା ଅଧିନାୟକ ଈଶ୍ୱରନ୍‌ ତାଙ୍କର ସ୍ଥାନ ନେବାର ସମ୍ଭାବନା ରହିଛି। ବାଂଲାଦେଶ ଗସ୍ତରେ ରହିଥିବା ଭାରତ ଏ’ ଦଳ ପକ୍ଷରୁ ଈଶ୍ୱରନ୍‌ ପ୍ରଥମ ଟେଷ୍ଟରେ ୧୪୧ ରନ୍‌ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ୧୫୭ ରନର ଇନିଂସ ଖେଳିଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ। ଯୁବ ଓପନର ଶୁବମନ ଗିଲ୍‌ ଓ ଈଶ୍ୱରନ୍‌ ଭାରତୀୟ ଦଳର ଓପନିଙ୍ଗ ଭାର ସମ୍ଭାଳି ପାରନ୍ତି। ସିଲହଟରେ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ ପରେ ଈଶ୍ୱରନ୍‌ ଭାରତୀୟ ଦଳ ସହିତ ଯୋଗ ଦେଇପାରନ୍ତି।

Share